ବିମୁଦ୍ରାକରଣ ପୂର୍ବରୁ ମୋଦୀଜୀ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ ଗୋଟେ ଘରେ ବନ୍ଦ କରି ଦେଇଥିଲେ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ମେ’ ୧୯ରେ ସପ୍ତମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଆଜି ସଂନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ତେବେ ପ୍ରଚାର ଶେଷ ହେବା ପୂର୍ବରୁ ବିଭିନ୍ନ ଦଳର ନେତା ନିଜର ବିରୋଧୀଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଲଗାଇଥିବା ଦେଖାଯାଇଛି । ଏ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋଲନରେ ଜନସଭା କରି ମୋଦୀଙ୍କୁ ଟାର୍ଗେଟ କରିଥିଲେ ।

ଉପସ୍ଥିତ ଥିବା ଲୋକମାନଙ୍କୁ ସମ୍ବୋଧନ କରି, କଂଗ୍ରେସ ଦଳର ନେତା ନିଜ ଭୁଲରୁ ଶିଖନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଭୁଲରୁ ଶିଖିବା ତ ଦୂରର କଥା ନିଜ ଭୁଲକୁ ମାନନ୍ତି ନାହିଁ । ସାରା ଦେଶ ବିମୁଦ୍ରାକରଣକୁ ଭୁଲ ନିଷ୍ପତ୍ତି ଥିଲା ବୋଲି କହି ଆସୁଥିବା ବେଳେ ମୋଦୀଜୀ ଏ ପର୍ଯ୍ୟନ୍ତ ଏହାକୁ ନିଜ ଭୁଲ ବୋଲି ମାନି ନାହାନ୍ତି । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦେଶକୁ ୭୦ବର୍ଷ ହେଲାଣି ଚଲାଇ ଆସୁଛି । କିନ୍ତୁ ବିମୁଦ୍ରାକରଣକୁ ନେଇ ମୋଦୀଜୀ ବ୍ୟାଙ୍କକୁ କିଛି ବି ଜଣାଇ ନଥିଲେ । ଏମିତି କି ବିମୁଦ୍ରାକରଣ ପୂର୍ବରୁ ମୋଦୀଜୀ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ ରେସ କୋର୍ସ ରୋଡ୍‌ରେ ଥିବା ଏକ ଘରେ ବନ୍ଦ କରି ଦେଇଥିଲେ ବୋଲି କହିଛନ୍ତି ରାହୁଲ ।

ସମ୍ବନ୍ଧିତ ଖବର