ପାକିସ୍ତାନରୁ ଧମକ

ନୂଆଦିଲ୍ଲୀ: ଭାରତର ସୀମାଞ୍ଚଳରେ ହିଂସାକାଣ୍ଡ ଘଟାଇଚାଲିଥିବା ପାକିସ୍ତାନ ଏବେ ଦେଶର ଆଭ୍ୟନ୍ତରୀଣ ସ୍ଥାନରେ ବିସ୍ଫୋରଣ ଘଟାଇବ ବୋଲି ଧମକ ଦେଇଛି। ବିଶେଷ କରି ଭାରତର ରେଳ  ଷ୍ଟସନ୍‌, ମନ୍ଦିର ଏବଂ ପେଟ୍ରୋଲ୍‌ ପମ୍ପ୍‌ରେ ବିସ୍ଫୋରଣ ଘଟାଇବା ପାଇଁ ପାକିସ୍ତାନୀ ଆତଙ୍କବାଦୀମାନେ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏନେଇ ପାକିସ୍ତାନରୁ ଏକ ଚିଠି ହସ୍ତଗତ ହୋଇଛି। ହରିୟାଣାର ଅମ୍ବାଲା କ୍ୟାଣ୍ଟନ‌େମଣ୍ଟ୍‌ ରେଳ‌େ‌‌ଷ୍ଟସନ୍‌ର ନିର୍ଦ୍ଦେଶକ ବିଏସ୍‌ ଗିଲ୍‌ ଏହି ଚିଠି ପାଇଛନ୍ତି। ଏହା ଲସ୍କର-ଏ-ତଇବା ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଲେଖାଯାଇିଛି।

ସମ୍ବନ୍ଧିତ ଖବର