ଆଜି ସରିବ ବଜେଟ ଅଧିବେଶନ

ନୂଆଦିଲ୍ଲୀ ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଲାଗି ରହିଥିବା ଅଚଳାବସ୍ଥା ଯୋଗୁଁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ଧୋଇଯିବା ଆଡ଼କୁ ଗତି କରୁଛି। ଲଗାତାର ଭାବେ ଏହି ପର୍ଯ୍ୟାୟର ଆଜି ଏକବିଂଶତମ ଦିବସ ବରବାଦ ହୋଇଯାଇଛି। ଶୁକ୍ରବାର ବଜେଟ ଅଧିବେଶନର ଶେଷ କାର୍ଯ୍ୟଦିବସ ହୋଇଥିବା ବେଳେ ଏଯାବତ୍‌ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପରେ ମଧ୍ୟ ଆଲୋଚନା ହୋଇପାରି ନାହିଁ। ଅପରପକ୍ଷେ ବିରୋଧୀ ଦଳଙ୍କ ଦ୍ୱାରା ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ନୋଟିସ୍‌ ଉପରେ ମଧ୍ୟ କୌଣସି ଚର୍ଚ୍ଚା ହୋଇପାରି ନାହିଁ। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ, ତାମିଲନାଡୁରେ କାବେରୀ ଉନ୍ନୟନ ବୋର୍ଡ ଗଠନ, ପିଏନ୍‌ବି ଠକେଇ ମାମଲା, ଏସ୍‌ସି/ଏସ୍‌ଟି ଆଇନ୍‌ରେ ସଂଶୋଧନକୁ ବିରୋଧ ଆଦି ମାମଲାକୁ ନେଇ ବଜେଟ ଅଧିବେଶନର ଚଳିତ ପର୍ଯ୍ୟାୟରେ ଟିଡିପି, ଓ୍ଵାଇଏସ୍‌ଆର୍‌ସି,ଏଆଇଏଡି,ମ୍‌କେ ଓ କଂଗ୍ରେସ ଦଳ ଉଭୟ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର