ମୁମ୍ବାଇରେ ଭୀଷଣ ଅଗ୍ନିକାଣ୍ଡ

ମୁମ୍ବାଇ,: ମୁମ୍ବାଇର ଗୋରେଗାଓଁସ୍ଥିତ ଇନ୍‌ଫିନିଟି ଆଇଟି ପାର୍କ ନିକଟରେ ଆଜି ଭୀଷଣ ଅଗ୍ନିକାଣ୍ଡ ଘଟିଛି। ୩ କିମି ପର୍ଯ୍ୟନ୍ତ ନିଆଁ ବ୍ୟାପିଥିବାରୁ ଏଥିପାଇଁ ଅଗ୍ନିଶମ ବାହିନୀ ୧୦ଟି ନିଆଁଲିଭା ଗାଡ଼ି ସହ ପହଞ୍ଚିଛନ୍ତି। ଆରେ ଜଙ୍ଗଲ ପର୍ଯ୍ୟନ୍ତ ନିଆଁ ବ୍ୟାପିବାରୁ ସେଠାକୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରିନାହାନ୍ତି। ଘଟଣାରେ କୌଣସି ମୃତାହତ ଘଟଣା ଘଟିନାହିଁ। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର