ୟୁଏଇ : ଅଗ୍ନିକାଣ୍ଡ ଘଟି ୭ ଶିଶୁ ମୃତ

ନୂଆଦିଲ୍ଲୀ : ୟୁଏଇର ପୂର୍ବ ପ୍ରାନ୍ତରେ ଥିବା ଫୁଜୈରା ଅର୍ନ୍ତଗତ ଧାଦନା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। କୌଣସି କାରଣ ବଶତଃ ସୋମବାର ଭୋରରୁ ଗ୍ରାମରେ ନିଆଁ ଲାଗିଯାଇଥିଲା। ଶିଶୁମାନେ ଶୋଇଥିବାରୁ ଘଟଣା ସମ୍ପର୍କରେ ଜାଣିପାରିନଥିଲେ। ଫଳରେ ଅତ୍ୟଧିକ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୭ ଜଣ ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୪ ଜଣ ପୁଅ ଏବଂ ୩ ଜଣ ଝିଅ ସାମିଲ ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର