ୟୁପି ଉପ-ନିର୍ବାଚନ: ଅଖିଳେଶଙ୍କ ସହ ହାତ ମିଳାଇଲେ ମାୟବତୀ

ଲକ୍ଷ୍ନୌ: ବିଜେପିର ବର୍ଦ୍ଧିତ ବିଜୟକୁ ଦେଖି ୟୁପି ରାଜନୀତିରେ ଏକ ବଡ଼ ଧରଣା ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ୧୧ ତାରିଖରେ ଗୋରଖପୁର ଓ ଆହ୍ଲାବାଦର ଫୁଲପୁର ଲୋକସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟି ଏହାର ଚିର ଶତ୍ରୁ ସମାଜବାଦୀ ପାର୍ଟି ସହ ହାତମିଳାଇଛି। ଏନେଇ ଖୋଦ୍‌ ମାୟବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ଆଜି ଘୋଷଣା କରିଛନ୍ତି। କିନ୍ତୁ ଏହି ମେଣ୍ଟ ଉପ ନିର୍ବାଚନରେ ସୀମିତ ବୋଲି ମାୟାବତୀ ପ୍ରତିକ୍ରିୟା ଦେଇଛନ୍ତି। ଏହି ନିର୍ବାଚନ ପାଇଁ ୟୁପିର ଆଞ୍ଚଳିକ ଦଳ ନିସାଦ ପୂର୍ବରୁ ସାମଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିସାରିଛି। ସେପଟେ ମହୁଜନ ସମାଜବାଦୀ ପାର୍ଟିର କିଛି ନେତା କହିଛନ୍ତି ଯେ, ଏହି ଦୁଇ ଦଳଙ୍କ ମେଣ୍ଟ ୨୦୧୯ରେ ବିଜେପିକୁ ରାଜ୍ୟରୁ ମୂଳପୋଛ କରିଦେବ। ଦୀର୍ଘ ୨୨ ବର୍ଷଧରି ଗୋରଖୁପର ଲୋକସଭା ଆସନକୁ ହାତେଇଥିବା ମୁଖ୍ୟମନ୍ତ୍ରୀ ଯୋଗ୍ର ଆଦିତ୍ୟନାଥଙ୍କ ପରେ ବିଜେପିର ଏହି ପାରମ୍ପାରିକ ଗଡ ଭାଙ୍ଗିବାକୁ ବିରୋଦୀ ଏକଜୁଟ ହୋଇଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବାପରେ ଗୋରଖପୁର ଲୋକସଭା ଆସନ ଖାଲି ପଡ଼ିଥିବା ବେଳେ ,ଉପ ମୁଖ୍ୟମନ୍ତ୍ରୀ ହେବାପରେ କେଶବ ପ୍ରସାଦ ମୋର୍ଯ୍ୟଙ୍କ ଫୁଲପୁର ଆସନ ଖାଲିପଡ଼ିଥିଲା। ତେବେ ଏହି ଉପ ନିର୍ବାଚନରେ ଉଭୟ ବିରୋଧୀ ଦଳଙ୍କ ମେଣ୍ଟ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ସାମ୍ନା କରିବା ପାଇଁ ପ୍ରସ୍ତୁତି ବୋଲି ଆଲୋଚନା ହେଉଛି।

ସପା ଟିକଟରେ ରାଜ୍ୟସଭା ଯିବେ ମାୟାବତୀ!
ଲକ୍ଷ୍ନୌ: ଗୋଟିଏ ପଟେ ଉତ୍ତରପ୍ରଦେଶ ରାଜନୀତିରେ ବିଜେପିକୁ ମାତ୍‌ ଦେବାପାଇଁ ବିରୋଧୀ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହେଉଥିବା ବେଳେ ଏହା ପଛରେ ଭିତିରି ରାଜନୈତିକ ଉଦ୍ଦେଶ୍ୟ ଥିବା ଆଲୋଚନା ହେଉଛି। ଉପନିର୍ବାଚନରେ ସପା ପ୍ରାର୍ଥୀଙ୍କୁ ବିଏସ୍‌ପିର ସମର୍ଥନ ବଦଳରେ ସପା ସମର୍ଥନରେ ମାୟାବତୀ ରାଜ୍ୟସଭା ଯିବେ ବୋଲି ଆଲୋଚନା ଜୋର ଧରିଛି। ଲୋକସଭା ଉପନିର୍ବାଚନରେ ଅଖିଳେଶଙ୍କୁ ମାୟାବତୀ ବଢ଼ାଇଥିବା ସହଯୋଗର ମୂଲ୍ୟ ତାଙ୍କୁ ରାଜ୍ୟସଭା ପାଇଁ ସମର୍ଥନ ଆକାରରେ ମିଳିବ ବୋଲି ରୋଚକ ଚର୍ଚ୍ଚା ହେଉଛି। ଉଲ୍ଲେଖ ଥାଉ କି, ବିହାରରୁ ରାଜ୍ୟସଭା ଯିିବା ପାଇଁ ଆର୍‌ଜେଡି ପ୍ରସ୍ତାବକୁ ମାୟାବତୀ ପୂର୍ବରୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ତେବେ ଏହି ଘଟଣାକ୍ରମ ସତ ପ୍ରମାଣିତ ହେଲେ ୟୁପି ରାଜନୀତିରେ ବିରୋଧୀ ମେଣ୍ଟ ଲୋକସଭା ଉପନିର୍ବାଚନରୁ ୨୦୧୯ ସାଧାରଣ ନିର୍ବାଚନ ଯାଏ ବଳବତ୍ତର ରହିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର