ଥାନାରୁ ଚମ୍ପଟ ମାରିଲେ ୩ ଅପରାଧୀ, ଖୋଜି ଧରିଲା ପୁଲିସ

ଭୁବନେଶ୍ୱର: ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଥିବା ତିନି ଜଣ ଅପରାଧୀଙ୍କୁ ଧରିଲା ପୁଲିସ | ନନ୍ଦନକାନନ ଥାନାରେ ଆଜି ପୁଲିସ ଓ ଚୋରଙ୍କ ମଧ୍ୟରେ କିଛି ଏଭଳି ଚାଲିଥିବା ଲୁଚକାଳି ଖେଳ ବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଚୋରି ମାମଲାରେ ୩ ଜଣ ଚୋରଙ୍କୁ ପୁଲିସ ଅଟକ ରଖିଥିଲା | ତେବେ ଅନ୍ଧାରର ସୁଯୋଗ ନେଇ ୩ ଜଣ ଚୋର ଥାନାରୁ ଚମ୍ପଟ ମାରିଥିଲେ |

ଏହାପରେ ପୁଲିସ ଏମାନଙ୍କୁ ଧରିବା ପାଇଁ ତନାଘନା କରିଥିଲା | ଶେଷରେ ୩ ଚୋର ଧରାପଡ଼ିଛନ୍ତି | ଏଠାରେ ସୂଚନା ଥାଉ କି ଗତ ୧୨ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଜଣେ ବ୍ୟକ୍ତି ପୁଲିସର ବାଇକ ଧରି ଚମ୍ପଟ ମାରିଥିଲା | ଜଣେ ବୃଦ୍ଧାଙ୍କୁ ଧକ୍କା ମାରି ଏହି ସ୍କୁଟର ଚାଳକଙ୍କୁ ଶୁଳିଆପଦା ଥାନା ଏଏସ୍‌ଆଇ ସୂର୍ଯ୍ୟନାରାୟଣ ବାରିକ ଓ ହାବିଲଦାର ଦିପ୍ତେଶୁ କୁମାର ଦାସ ଧରି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସ୍ଥାନୀୟ କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ତେବେ ଦୁର୍ଘଟଣା ଘଟାଇଥିବା ସ୍କୁଟର ଚାଳକ ସଞ୍ଜୀବ ଜେନା ପୁଲିସକୁ ଚକମା ଦେଇ ପୁଲିସର ଆପାଚି ପାଟ୍ରୋଲିଂ ବାଇକ୍‌ଟିକୁ ଧରି ଫେରାର୍‌ ହୋଇ ଯାଇଥିଲା। ଏହି ଘଟଣାରେ ଥାନା ଏଏସ୍‌ଆଇ ସତ୍ୟନାରାୟଣ ଏବଂ ହାବିଲଦାର ଦିପ୍ତେଶୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ।

ସମ୍ବନ୍ଧିତ ଖବର