୪ ଆହତ, ୭ ମାସର ଶିଶୁକୁ ଝାମ୍ପିନେଲା

ଜାମୁଝରୀ ଗାଁରେ ମାଙ୍କଡ଼ ଆତଙ୍କ

ମେଣ୍ଢାଶାଳ: ଚନ୍ଦକା ଥାନା ଅନ୍ତର୍ଗତ ଜାମୁଝରୀ ଗ୍ରାମରେ ମାଙ୍କଡ଼ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ଏଥିରେ ଏକ ୭ ମାସର ଶିଶୁକନ୍ୟା ମଧ୍ୟ ରହିଛି। ଶିଶୁଟି ତା ଜେଜେଙ୍କ କୋଳରେ ବସିଥିବାବେଳେ ମାଙ୍କଡ଼ ତା ଗୋଡ଼କୁ ଝାମ୍ପି ନେଇ ପଳାଇଥିଲା। ଲୋକମାନେ ହୋହଲ୍ଲା କରିବାରୁ ମାଙ୍କଡ଼ଟି ଶିଶୁକୁ ଛାଡ଼ି ପଳାଇଥିଲା। ଝାମ୍ପିନେବା ବେଳେ ଶିଶୁର ଗୋଡ଼ ରାମ୍ପୁଡ଼ା ଚିହ୍ନ ରହିଥିବା ବେଳେ ଜେଜେଙ୍କ ନାକ ପାଖରେ ମଧ୍ୟ କାମୁଡ଼ା ଯୋଗୁଁ କ୍ଷତ ସୃଷ୍ଟି ହୋଇଛି। ଆହତମାନେ ହେଲେ ଅଭିରାମ ମହାକୁଡ଼(୬୫), ନାତୁଣୀ ରୁପା(୭ମାସ), ଗୁଣନିଧି ପ୍ରଧାନ(୪୦) ଓ ଲକ୍ଷ୍ମୀଧର ପ୍ରଧାନ(୪୫)। ସୂଚନାଯୋଗ୍ୟ ଯେ, ମାଙ୍କଡ଼ଟି ଗତ ସପ୍ତାହେ ହେଲା ଗାଁରେ ଆତଙ୍କ ସୃଷ୍ଟି କରୁଛି। ମାଙ୍କଡ଼ ଭୟରେ ଲୋକମାନେ ବାହାରକୁ ବାହାରିଲେ ହାତରେ ଠେଙ୍ଗା ଧରି ଯାତାୟାତ କରୁଛନ୍ତି। ଏ ନେଇ ବନ କର୍ମଚାରୀଙ୍କ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ମାଙ୍କଡ଼ଟିକୁ କାବୁ କରୁ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର