ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବ ୨୬ରେ

୩ ଜଣଙ୍କୁ ମିଳିବ ପିଏଚ୍‌ଡି

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୬ଷ୍ଠ ସମାବର୍ତନ ଉତ୍ସବ ଫେବ୍ରୁଆରି ୨୬ରେ ଅନୁଷ୍ଠିତ ହେବ। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଏସ୍‌.ସି. ଜମିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏଥିରେ କାଶ୍ମୀରର ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରି ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ପୂର୍ବାହ୍ନ ୧୧ଟାରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ୩ ଜଣଙ୍କୁ ପିଏଚ୍‌ଡି ଡିଗ୍ରି ଓ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯିବ। ୨୦୧୭ ଏପ୍ରିଲ ୬ରୁ ୨୦୧୮ ଜାନୁଆରି ୩୧ ମଧ୍ୟରେ ପିଜି, ୟୁଜି ଓ ସାର୍ଟିଫିକେଟ୍‌ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ଡିଗ୍ରି ଦିଆଯିବ। ସମାବର୍ତନ ଉତ୍ସବ ପୂର୍ବରୁ ସ୍ୱର୍ଣ୍ଣ ପଦକ ଓ ପିଏଚ୍‌ଡି ଡିଗ୍ରି ଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ସେହିଦିନ ସକାଳ ୭ଟା ୩୦ରେ ରିହଲସେଲ୍‌ ହେବ। ବିଶ୍ୱବିଦ୍ୟାଳୟ େଓ୍ଵବସାଇଟ୍‌ ‘www.uuc.ac.in’ରେ ପିଏଚ୍‌ଡି ଓ ସ୍ୱର୍ଣ୍ଣ ପଦକ ଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଥିବା ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ସୁମନ ଦାଶ ସୂଚନା ଦେଇଛନ୍ତି। କେଉଁମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ମିଳିବ ସେନେଇ ଆସନ୍ତା ୧୬ ତାରିଖରେ ବିଶ୍ୱବିଦ୍ୟାଳୟର ବୋର୍ଡ ଅଫ୍‌ ଗଭର୍ଣ୍ଣାନ୍ସ ବୈଠକ ବସିବ। ଏଥିରେ ଯେଉଁ ବ୍ୟକ୍ତିଙ୍କ ନାମରେ ମୋହର ଲାଗିବ ତାହାକୁ ଅନୁମୋଦନ ଲାଗି କୁଳାଧିପତିଙ୍କ ନିକଟକୁ ପଠାଯିବ।

ସମ୍ବନ୍ଧିତ ଖବର