ଯୁବ ବିକାଶ ମଞ୍ଚର ସମାବେଶ

ଭୁବନେଶ୍ବର: ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ଯୁବକମାନଙ୍କୁ ନେଇ ଗଠିତ ‘ଯୁବ ବିକାଶ ମଞ୍ଚ’ର ପ୍ରଥମ ସମାବେଶ ସୌଭାଗ୍ୟ ନଗରସ୍ଥିତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ଆଇନଜୀବୀ ସୀତାଂଶୁ ମୋହନ ଦ୍ବିବେଦୀଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ମଞ୍ଚରେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଅରୂପ ପଟ୍ଟନାୟକ ଯୋଗଦେଇ ଯୁବକମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଧିତ କରାଯିବା ସହ ମଞ୍ଚର ମୁଖ୍ୟ ଉପଦେଷ୍ଟା ଭାବେ ଗ୍ରହଣ କରାଯାଇଥିଲା। ଶ୍ରୀ ପଟ୍ଟନାୟକ ମୁମ୍ବାଇରେ ପୁଲିସ୍‌ କମିସନର୍‌ ଥିବା ବେଳେ ସେଠାରେ ଅନେକ ଜନହିତକର କାର୍ଯ୍ୟ କରିବା ସହ ଓଡ଼ିଆଙ୍କୁ ଅନେକ କ୍ଷେତ୍ରରେ ସହଯୋଗ ଯୋଗାଇ ଆସୁଥିଲେ। ତେଣୁ ମଞ୍ଚ ପକ୍ଷରୁ ତାଙ୍କୁ ସମ୍ବର୍ଧିତ କରାଯାଇଥିଲା। ବିଜୁ ଯୁବ ବାହିନୀ ୩ଲକ୍ଷ ଯୁବକଙ୍କୁ ଦାୟିତ୍ବ ଦେଇଥିବାରୁ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ବହୁ ସଂଖ୍ୟାରେ ଯୁବକ/ଯୁବତୀ ଅଂଶଗ୍ରହଣ କରିଥିଲେ। ଯୁବନେତା ଦୀପକ କୁମାର ସାହୁ, ବିଶ୍ବଜିତ ଖଟୁଆ, ନୀଳକଣ୍ଠ ପ୍ରଧାନ, ସୁଜିତ କୁମାର ସ୍ବାଇଁ, ବିରଜା ପ୍ରସାଦ ସାମନ୍ତରାୟ, କୌସ୍ତୁଭ ଦାସ, ବ୍ରଜ ଦାସ, କୁନା ପାଇକରାୟ, ନିର୍ମଳ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ ଓ ସତ୍ୟ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର