ଦିଲ୍ଲୀରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମେଣ୍ଟ ହୋଇପାରେ, ୭ ଲୋକସଭା ଆସନରୁ ୪ ଆପ୍ ଏବଂ ୩ରୁ ଲଢିବ କଂଗ୍ରେସ

ନୂଆଦିଲ୍ଲୀ:  ଦିଲ୍ଲୀରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ଗଠନ ଲାଗି ସହମତି ହୋଇଯାଇଛି । ସୂତ୍ରନୁସାରେ , ଦୁଇ ଦଳ ମଧ୍ୟରେ ଦିଲ୍ଲୀର ସାତ ଲୋକସଭା ସିଟ ବଣ୍ଟାଯିବା ଫର୍ମୁଲା ମଧ୍ୟ ନିଶ୍ଚିତ ହୋଇଯାଇଛି । ଆପ୍ ଦିଲ୍ଲୀର ୪ ଲୋକସଭା ଆସନରେ  ନିର୍ବାଚନ ଲଢିବେ ଏବଂ ଅନ୍ୟପକ୍ଷରେ କଂଗ୍ରେସ ଖାତାରେ ୩ ସିଟ୍ ଆସିବ । ନୂଆଦିଲ୍ଲୀ ,ଚାନ୍ଦିନୀ ଚୌକ ଏବଂ ନର୍ଥ ୱେଷ୍ଟ ଦିଲ୍ଲୀ ଆସନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ । ଅନ୍ୟପକ୍ଷରେ ଆପକୁ  ଇଷ୍ଟ ଦିଲ୍ଲୀ , ନର୍ଥ ଇଷ୍ଟ୍ ଦିଲ୍ଲୀ, ୱେଷ୍ଟ୍ ଦିଲ୍ଲୀ ଏବଂ ସାଉଥ୍ ଦିଲ୍ଲୀ  ସିଟ୍ ମିଳିବା ନେଇ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ହରିୟାଣାର ୧୦  ଲୋକସଭା ଆସନରେ ମେଣ୍ଟ ଲାଗି ମଧ୍ୟ ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ସରିଛି । ଏଠାରେ ଆମ୍ ଆଦମୀ ପାର୍ଟିକୁ  ଗୋଟିଏ ଆସନ ମିଳିପାରେ ।

ଖବର ମୁତାବକ, କରନାଲ ତଥା ଗୁଡଗାଓଁରୁ ଗୋଟିଏ ଆସନରୁ ହରିୟାଣାରେ ଆପ୍  ଲଢେଇ କରିବ ।  ଆପ୍ ୨ ଟି ଆସନ  ପାଇଁ କହିଥିବାବେଳେ ତାକୁ  ଗୋଟିଏ ମିଳିବ । ଗଠବନ୍ଧନରେ ହେବାକୁ ଥିବା ବିଳମ୍ବର ମୁଖ୍ୟ କାରଣ କଂଗ୍ରେସରେ ମତାନ୍ତର  । ପିସି ଚାକୋ ଗଠବନ୍ଧନ ସପକ୍ଷରେ ରହିଥିବାବେଳେ ଦିଲ୍ଲୀର  ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶୀଲା ଦୀକ୍ଷିତ୍ ଗଠବନ୍ଧନର ବିରୋଧ କରୁଛନ୍ତି । ଦିଲ୍ଲୀରେ ଏହି ଗଠବନ୍ଧନ ପଛରେ ଥିବା ଗଣିତ ହେଉଛି କି ଦୁଇ ଦଳ ସତ୍ତାରୁ ବିଜେପିକୁ ହଟାଇବାକୁ ଚାହୁଁଛନ୍ତି  । 

୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀର ସମସ୍ତ ସାତ ଆସନରେ ବିଜୟ  ହାସଲ କରିଥିଲା । 

ସମ୍ବନ୍ଧିତ ଖବର