୧୩୯୮ କୋଟି ଛୁଇଁଲା ‘ଆମ ଗାଁ ଆମ ବିକାଶ’ : ୯ଟି ଜିଲ୍ଲାକୁ ୩୬.୦୪ କୋଟି ମଞ୍ଜୁରି

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ୯ଟି ଜିଲ୍ଲାକୁ ୩୬.୦୪ କୋଟି ମଞ୍ଜୁର କରିଛନ୍ତି। ଏହାକୁ ମିଶାଇ ଅଦ୍ୟାବଧି ଏହି କାର୍ଯ୍ୟକ୍ରମରେ ମୋଟ ୧୩୯୮.୬୨ କୋଟି ମଞ୍ଜୁର କରାଯାଇଛି।

ଏହି କାର୍ଯ୍ୟକ୍ରମରେ ୯ଟି ଜିଲ୍ଲାର ୯ଟି ବ୍ଲକର ୧୬୦ଟି ପଞ୍ଚାୟତ ପାଇଁ ୧୪୪୪ଟି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ‌ଏହି ଜିଲ୍ଲା ଏବଂ ବ୍ଲକଗୁଡ଼ିକ ହେଉଛି ବାଲେଶ୍ବର ଜିଲ୍ଲାର ବାହାନଗୀ, ଦେବଗଡ଼ ଜିଲ୍ଲାର ରିଆମାଳ, ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ସଦର, ମାଲକାନଗିରି ଜିଲ୍ଲାର ମାଲକାନଗିରି ସଦର, ମୟୂରଭଞ୍ଜ ଜିଲ୍ଲାର ଜିବି ନଗର, ନୟାଗଡ଼ ଜିଲ୍ଲାର ଗଣିଆ ଓ ରାୟଗଡ଼ା ଜିଲ୍ଲାର ରମଣଗୁଡ଼ା ବ୍ଲକ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜିସୁଦ୍ଧା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ୨୭୮ଟି ବ୍ଲକର ୬୧୦୫ ଗ୍ରାମପଞ୍ଚାୟତ ପାଇଁ ୫୬୨୩୦ଟି ପ୍ରକଳ୍ପ ନିମନ୍ତେ ୧୩୯୮.୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରୁଛନ୍ତିି।

ସମ୍ବନ୍ଧିତ ଖବର