ବିଜେଡି ଛାଡ଼ିଲେ ବୃନ୍ଦାବନ ମାଝୀ

କୁଚିଣ୍ଡା : କୁଚିଣ୍ଡାର ପୂର୍ବ ବିଧାୟକ ତଥା ବିଜେଡି ନେତା ବୃନ୍ଦାବନ ମାଝୀ ଚଳିତ ଥର ବିଜେଡି ଟିକେଟରେ କୁଚିଣ୍ଡା ବିଧାନସଭା ପାଇଁ ଲଢ଼ିବାକୁ ଆଶାୟୀ ଥିଲେ। ମାତ୍ର ତାଙ୍କୁ ଟିକଟ ମିଳିବା ଆଶା ମଉଳି ଯାଇଥିଲା। ଦଳ ବାହାରୁ ଜଣେ ପ୍ରାର୍ଥୀଙ୍କୁ ବିଜେଡି ପ୍ରାର୍ଥୀ କରୁଥିବା ଜାଣିବା ପରେ ସେ ଅନ୍ୟ ଆଶାୟୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାଙ୍କଠାରେ ଲିଖିତ ଭାବେ ପ୍ରତିବାଦ ଜଣାଇଥିଲେ। ମାତ୍ର ଦଳ ପକ୍ଷରୁ କୌଣସି ସୂଚନା ନ ମିଳିବାରୁ ସେ ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ଦଳ ଭିତରୁ କାହାରିକୁ ପ୍ରାର୍ଥୀନ ନ କଲେ ସେ ଅନ୍ୟ ଦଳକୁ ଯାଇ ଝାରସୁଗୁଡ଼ାରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।
ସମ୍ବନ୍ଧିତ ଖବର