ସେଲଟର୍ ହୋମ୍‌ରେ ନିର୍ଯାତନା ମାମଲା :ଫୟାଜ ରେହେମାନ ଓ ସହଯୋଗୀଙ୍କ ଜାମିନ ଖାରଜ

କଟକ : ଢେଙ୍କାନାଳ ବେଲଟିକିରି ଘଟଣାର ମୁଖ୍ୟ ଅଭିଯୁକ୍ତ ଫୟାଜ ‌ରେହେମାନ ଓ ଅନ୍ୟତମ ଅଭିଯୁକ୍ତ ଉଦିତ କୁମାର ଲିମାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟଙ୍କ ଜାମିନ ଆବେଦନର ଫେବ୍ରୁଆରି ୨୦ରେ ଚୂଡାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ଏଥିସହିତ ମାମଲାରେ ରହିଥିବା ଅଭିଯୋଗ ଓ ପ୍ରାଥମିକ ପ୍ରମାଣକୁ ଆଧାର କରି ଜାମିନ ଆବେଦନ ଖାରଜ କରାଯାଇଛି ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ସରକାରଙ୍କ ପକ୍ଷରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଗୁଡ ନିୟୁଜ ଇଣ୍ତିଆ ଡ୍ରିମସ୍ ସେଣ୍ଟର ପକ୍ଷରୁ ପରିଚାଳିତ ଏହି ସେଲଟର ହୋମ ବା ଶିଶୁ ଗୃହରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏତଲା ଦାୟର ହେବା ପରେ ଅନୁଷ୍ଠାନ ଅଧ୍ୟକ୍ଷ ଫୟାଜ ଓ ସହକାରୀ ପ୍ରୋଜେକ୍ଟ ନିର୍ଦ୍ଦେଶକ ଉଦିତଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର