ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ ଡାକି ଇସ୍ତଫା ପଛର କାରଣ କହିଲେ ମହାରଥୀ

ଭୁବନେଶ୍ୱର: କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ରବିବାର ଇସ୍ତଫା ଦେଇଛନ୍ତି ପ୍ରଦୀପ ମହାରଥୀ। ଇସ୍ତଫା ଦେବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ଇସ୍ତଫା ପଛର କାରଣ ପ୍ରକାଶ କରିଛନ୍ତି। ତାଙ୍କୁ ଇସ୍ତଫା ଦେବା ପାଇଁ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ବାଧ୍ୟ କରିନାହାନ୍ତି ବରଂ ସେ ନିଜ ଇଚ୍ଛା ମୁତାବକ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାଇଛନ୍ତି। ସାାମ୍ବାଦିମାନଙ୍କୁ ପ୍ରଦୀପ ଜଣାଇଛନ୍ତି ଯେ ‘ କାହାରି ଚାପରେ ନୁହେଁ ମୁଁ ନିଜ ଆଡୁ ଇସ୍ତଫା ଦେଇଛି। ମୁଁ ବିଜେଡିର ଜଣେ ସଚ୍ଚୋଟ କର୍ମୀ। ଦଳ ଓ ନବୀନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ମୋ ପାଇଁ ଦଳ ଉପରେ କୌଣସି ଚାପ ନପଡୁ ସେଥିପାଇଁ ମୁଁ ଏପରି ନିଷ୍ପତ୍ତି ନେଇଛି।’ ଏତିକି କହିବା ପରେ ସେ ଆଉ କିଛି ଟିପ୍ପଣୀ ଦେବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପିପିଲି ପୀଡ଼ିତା ପ୍ରଂସଗରେ ବିବାଦୀୟ ମନ୍ତବ୍ୟ ଦେବା ପରେ ମହାରଥୀ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀମାନେ ଦାବି କରିଥିଲେ। ପିପିଲି ମାମଲା ନେଇ କୋର୍ଟରୁ ରାୟ ଆସିବା ପରେ ମହାରଥୀ ତାତ୍ସଲ୍ୟ କରିଥିଲେ। ସେ ତାତ୍ସଲ୍ୟ କରି କହିଥିଲେ କି ‘ସତ୍ୟର ଜୟ ହୋଇଛି, ପୀଡ଼ିତାଙ୍କୁ ନ୍ୟାୟ ମିଳିଛି।’ ମହାରଥୀଙ୍କ ଏପରି ବୟାନ ଶୁଣିବା ପରେ ସେ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ କଂଗ୍ରେସ ଓ ବଜେପି ପକ୍ଷରୁ ଦାବି ହୋଇଥିଲା। ମହିଳା କଂଗ୍ରେସ ପ୍ରଦୀପଙ୍କ ପୋଷ୍ଟରକୁ ଅଣ୍ଡା ମାଡ଼ କରିଥିବା ବେଳେ ବିଜେପି ମହିଳା ମୋର୍ଚା ମଧ୍ୟ ପ୍ରଦୀପଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇ ଥିଲା।

ସମ୍ବନ୍ଧିତ ଖବର