ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ପ୍ରାଇମ ମେମ୍ବରସିପର ଅବଧି ଆହୁରି ବର୍ଷେ ବଢାଯିବା ପରେ ଟେଲିକମ ଉଦ୍ୟୋଗରେ ପ୍ରତିଯୋଗିତା ଆହୁରି ତୀବ୍ର ହୋଇଛି । ସରକାରୀ ଟେଲିକମ କମ୍ପାନି ବିଏସ୍ଏନଏଲ ପକ୍ଷରୁ ଏକ ଆକର୍ଷଣୀୟ ତାରିଫ ପ୍ଲାନ ଘୋଷଣା କରାଯାଇଛି । ଏହି ୧୧୮ ଟଙ୍କିଆ ପ୍ଲାନ ପକାଇଲେ ୧ଜିବି ୩ଜି ଡାଟା ଓ ଅନଲିମିଟେଡ ଭଏସ କଲ ମିଳିବ । ଏହାର ଭାଲିଡିଟି ୨୮ ଦିନ ରହିଛି । ଏହା କେବଳ ତାମିଲନାଡୁ ସର୍କଲରେ ଲାଗୁ କରାଯାଇଛି । ବିଏସଏନଏଲ ପକ୍ଷରୁ ଏକ ୩୭୯ ଟଙ୍କିଆ ପ୍ଲାନ ଘୋଷଣା କରାଯାଇଛି । ଏହି ପ୍ଲାନ ଅଧିନରେ ପ୍ରତିିଦିନ ୪ଜିବି ୩ଜି/୪ଜି ଡାଟା ମିଳିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସହିତ ପ୍ରତିଦିନ ୩୦ ମିନିଟର ମାଗଣା ବିଏସଏନଏଲ ରୁ ବିଏସଏନଏଲ କଲ୍ କରିହେବ । ଏହାର ବୈଧତା କେବଳ ୩୦ ଦିନ ପାଇଁ ଓ ଏହା କେବଳ କେରଳ ସର୍କଲରେ ଲାଗୁ ହେବ । ବିଏସଏନଏଲ ପକ୍ଷରୁ ଏକ ୪୪୪ ଟଙ୍କିଆ ପ୍ଲାନ ଘୋଷଣା କରାଯାଇଛି । ଏଥିରେ ଦିନକୁ ୧.୫ ଜିବି ଡାଟା ୬୦ ଦିନ ପର୍ଯ୍ୟନ୍ତ ମିଳିପାରିବ । ଏହା ସହିତି ମାଗଣା ଭଏସ କଲ ସୁବିଧା ମଧ୍ୟ ରହିଛି । ଏସବୁ ଅଫର ଗୁଡ଼ିକ ପ୍ରାରମ୍ଭିକ ସମୟରେ ଅଳ୍ପ କେତେକ ସର୍କଲରେ ଲାଗୁ ହେବ, ପରେ ଏହାକୁ ଦେଶବ୍ୟାପୀ ଲାଗୁ କରାଯିବ ।
ଗତକାଲି ରିଲାଏନ୍ସ ଜିଓ ପକ୍ଷରୁ ଜିଓପ୍ରାଇମ ଗ୍ରାହକଙ୍କ ସଦସ୍ୟତା ମାଗଣାରେ ଆଉ ୧୨ ମାସ ପାଇଁ ବଢାଇଦିଆଯାଇଥିଲା । ପ୍ରାଇମ ମେମ୍ବରସିପର ଅବଧି ଆଜି ଅର୍ଥାତ ଶନିବାରଦିନ ସମାପ୍ତ ହେଉଥିଲା ।