ୱାଶିଂଟନ:ଆମେରିକା ପୁଣି ଥରେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଥିଲେ ଯେ ସେମାନେ ଏହି ପ୍ରସଙ୍ଗ ପାଇଁ ନ୍ୟାୟପୂର୍ଣ୍ଣ, ସ୍ୱଚ୍ଛ ଏବଂ ଠିକ ସମୟରେ ଆଇନଗତ ପ୍ରକ୍ରିୟା ଉପରେ ଗୁରୁତ୍ବାରୋପ କରୁଛନ୍ତି।
ଏହା ସହିତ ସେ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ମିଲର ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଥିଲେ ଯେଉଁଥିରେ ତାଙ୍କୁ କେଜ୍ରିୱାଲଙ୍କ ଗିରଫଦାରୀ ତଥା କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ଉପରେ ଦେଇଥିବା ମନ୍ତବ୍ୟ ଉପରେ ଆମେରିକାର କୂଟନୀତିଜ୍ଞଙ୍କୁ ଡକାଇଥିବା ତାଙ୍କ ପ୍ରତିକ୍ରିୟା ବିଷୟରେ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି ଯେ ସେ ଏହି ସମସ୍ତ ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି। ଭାରତରେ ଯାହାବି ହେଉଛି ତାହା ଉପରେ ଆମେ ଦୃଷ୍ଟି ରଖିଥିବା ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପ୍ରସଙ୍ଗରେ ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଆପତ୍ତି ଜନକ ମନ୍ତବ୍ୟ ପ୍ରଦାନ କରିଥିଲେ। ଏନେଇ ଭାରତୀୟ ଦୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜର୍ମାନୀ ଦୂତାବାସକୁ ଏନେଇ ସମନ ଜାରି କରାଯାଇଥିଲା। ସେହିପରି ଆମେରିକା ଦୂତାବାସର ଉପମୁଖ୍ୟଙ୍କୁ ମଧ୍ୟ ଭାରତୀୟ ଦୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜବାବ୍ ତଲବ୍ କରାଯାଇ ଏହାର ସ୍ପଷ୍ଟୀକରଣ ଲୋଡାଯାଇଥିଲା। ଜର୍ମାନୀ ଏବଂ ଆମେରିକାରର ଏଭଳି ପ୍ରସଙ୍ଗ ନେଇ ଭାରତ କହିଛି ଯେ, ଏକ ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ।