ନୂଆଦିଲ୍ଲୀ: ଏବେ ଚାଲିଛି ପାର୍ବଣ ଋତୁ। ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନିମାନେ ଗୋଟିଏ ପରେ ଗୋଟିଏ ଅଫର ଦେଇ ଚାଲିଛନ୍ତି। ଏହି କ୍ରମରେ ସାମସଙ୍ଗ ବି ନିଜ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ସ୍ମାର୍ଟଫୋନ୍ ଉପରେ ଭଲ ଅଫର ପ୍ରଦାନ କରିଛି। ତେବେ ଏହି ଅଫରର ସମୟସୀମା କିଛି ଦିନ ପାଇଁ ରହିଛି। ଅକ୍ଟୋବର ୨୫ରୁ ଆରମ୍ଭ ହୋଇଥିବା ଏହି ଅଫର ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ତେବେ ଆସନ୍ତୁ ଜାଣିବା ସାମସଙ୍ଗର କେଉଁକେଉଁ ସ୍ମାର୍ଟଫୋନ୍ ମୂଲ୍ୟରେ ରିହାତି ମିଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
୧. ଗାଲାକ୍ସି ଜେ୬: ୬୪ଜିବିର ଗାଲାକ୍ସି ଜେ୬କୁ ୧୬, ୪୯୦ଟଙ୍କାରେ କମ୍ପାନି ଲଞ୍ଚ କରିଥିଲା। ପାର୍ବଣ ଋତୁ ପାଇଁ ଗ୍ରାହକ ଏହାକୁ ୧୨,୯୯୦ଟଙ୍କାରେ କିଣି ପାରିବେ। ସେହିପରି ୩୨ଜିବି ଗାଲାକ୍ସି ଜେ୬କୁ କମ୍ପାନି ୧୩,୯୯୦ଟଙ୍କାରେ ଲଞ୍ଚ କରିଥିଲା। ଏବେ ଏହାର ମୂଲ୍ୟ ୧୧, ୪୯୦ଟଙ୍କା ହୋଇଯାଇଛି।
୨. ଗାଲାକ୍ସି ଜେ୪: ୧୬ଜିବିର ଗାଲାକ୍ସି ଜେ୪କୁ କମ୍ପାନି ୯,୯୯୦ଟଙ୍କାରେ ଲଞ୍ଚ କରିଥିବା ବେଳେ ଏହାର ମୂଲ୍ୟ ଏବେ ୮,୨୫୦ ହୋଇଛି।
୩. ଗାଲାକ୍ସି ଜେ୨ (୨୦୧୮): ଲଞ୍ଚ ସମୟରେ ଗାଲାକ୍ସି ଜେ୨ ମୂଲ୍ୟ ୮, ୧୯୦ ଥିଲା। ପାର୍ବଣ ଋତୁ ହେତୁ ଏଥିରେ ରିହାତି ହୋଇ ଗ୍ରାହକଙ୍କୁ ଏହା ମାତ୍ରା ୬,୯୯୦ଟଙ୍କାରେ ମିଳିବ।
୪. ଗାଲାକ୍ସି ଜେ୨ କୋର: ୬,୧୯୦ଟଙ୍କାର ଗାଲାକ୍ସି ଜେ୨ କୋର କମ୍ପାନିର ପ୍ରଥମ ଆଣ୍ଡ୍ରୋଏଡ ସ୍ମାର୍ଟଫୋନ୍ ଥିଲା। ଯାହାକୁ ଗ୍ରାହକ ଅଫର ସମୟରେ ୫,୯୯୦ଟଙ୍କାରେ କ୍ରୟ କରି ପାରିବେ।