ଜମ୍ମୁ-କଶ୍ମୀର: ବିକ୍ଷୋଭକାରୀଙ୍କ ପଥରମାଡ଼ରେ ୨୨ ବର୍ଷିଅ ଯବାନ ନିହତ

ଜମ୍ମୁ-କଶ୍ମୀର:  ବିକ୍ଷୋଭକାରୀଙ୍କ ଢେଲାମାଡ଼ରେ ଗୁରୁବାର ଜଣେ ୨୨ ବର୍ଷିଅ ଯବାନ ନିହତ ହୋଇଛନ୍ତି। ନିହତ ଯବାନ ଜଣକ ହେଉଛନ୍ତି ସିପାହୀ ରାଜେନ୍ଦ୍ର ସିଂହ। ଜମ୍ମୁ-କଶ୍ମୀରର ଅନନ୍ତନାଗ ବାଇପାସ୍‌ର ତ୍ରି-ଜଙ୍କ୍‌ସନ୍‌ରେ ସେନା ଦଳ ଉପରେ ପଥରମାଡ଼ ହେବା ପରେ ଏପରି ଦୁଃଖଦ ଘଟଣା ଘଟିଛି।

ବର୍ଡର ରୋଡ୍‌ ଅର୍ଗାନାଇଜେସନ୍‌ର ଏକ ଦଳକୁ ସୁରକ୍ଷା ପ୍ରଦାନ କରୁଥିବା କୁଇକ୍‌ ରିଆକ୍ସନ ଟିମ୍‌(କ୍ୟୁଆର୍‌ଟି)ର ଜଣେ କର୍ମୀଭାବେ ସିପାହୀ ରାଜେନ୍ଦ୍ର ସିଂହ ଡ୍ୟୁଟିରେ ଥିଲେ । ସେହି ସମୟରେ ବିକ୍ଷୋଭକାରୀ ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ଼ କରିବାରୁ ସେ ଆହତ ହୋଇ ପଡ଼ିଥିଲେ।

ଆହତ ହେବା ପରେ ରାଜେନ୍ଦ୍ରଙ୍କୁ ତୁରନ୍ତ ସେନା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ହୋଇଥିଲା ବୋଲି ସେନା ପକ୍ଷରୁ ସୂଚନା ରହିଛି।  ଉତ୍ତରଖଣ୍ଡର ବାଦେନାର ବାସିନ୍ଦା ରଜେନ୍ଦ୍ର ୨୦୧୬ ମସିହାରେ ସେନାରେ ଯୋଗ ଦେଇଥିଲେ। ତାଙ୍କର ବାପାମାଆ ଦୁହେଁ ଜୀବିତ ଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର