ରାୟପୁର (ଛତିଶଗଡ଼): ମାଓବାଦୀମାନଙ୍କର ନୂଆ ନେତା ରୂପେ ବୋମା ବିଶାରଦ ତଥା ଦୁର୍ଦ୍ଦାନ୍ତ ନକ୍ସଲ ବାସବରାଜ୍ଙ୍କୁ ନିଯୁକ୍ତି ମିଳିଛି। ପ୍ରତି ନକ୍ସଲ ହାମ୍ଲାର ଯୋଜନା ପ୍ରସ୍ତୁତ ପ୍ରସ୍ତତ କରୁଥିବା ସେଣ୍ଟ୍ରାଲ ମିଲିଟାରି କମିଶନ ନମ୍ବାଲା କେଶବ ରାଓ ବାସବ୍ରାଜ୍ ମାଓବାଦୀମାନଙ୍କ ନୂତନ ମହାସଚିବ ଭାବେ ନିଯୁକ୍ତି ମିଳିଥିବା ଜାଣିବାକୁ ମିଳିଛି। ପୂର୍ବରୁ ଏହି ପଦବିରେ ଥିଲେ ମୁପ୍ପାଲା ଲକ୍ଷ୍ଣମ ରାଓ ଓରଫ ଗଣପତି। ବିଗତ ୨୦୦୪ରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓଇଷ୍ଟ) ଗଠିତ ହେବା ପରଠାରୁ ହିଁ ସେ ଏହି ପଦବିରେ ରହି ଆସିଥିଲେ। ତେବେ, ବୟସାଧିକ୍ୟ ଓ ଶାରିରୀକ ଅସୁସ୍ଥତା କାରଣରୁ ସେ ଏବେ ଏହି ପଦବିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବାକୁ ଇଚ୍ଛା ପ୍ରକଟ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଫଳରେ ଏବେ ତାଙ୍କ ସ୍ଥାନରେ ସେଣ୍ଟ୍ରାଲ ମିଲିଟାରି କମିଶନ ନମ୍ବାଲା କେଶବ ରାଓ ବାସବ୍ରାଜ୍ ମାଓବାଦୀମାନଙ୍କ ନୂତନ ମହାସଚିବ ଭାବେ ନିଯୁକ୍ତି ମିଳିଛି। ଗଣପତିଙ୍କର ବୟସ ଏବେ ୭୦ ହୋଇଥିବା ବେଳେ ବାସବ୍ରାଜ୍ଙ୍କର ବୟସ ହେଉଛି ୬୦। ନିକଟରେ ଅନୁଷ୍ଠିତ ଦଳର ୧୫ତମ ସାଧାରଣ ମହା ଅଧିବେସନରେ ବାସବ୍ରାଜଙ୍କର ନୂତନ ନିଯୁକ୍ତିକୁ ଦଳ ପକ୍ଷରୁ ମଞ୍ଜୁରି ପ୍ରଦାନ କରାଯାଇଥିବା ଦଳର ପ୍ରବକ୍ତା ଅଭୟ ସୂଚନା ପ୍ରଦାନ କରିଛନ୍ତି।