ଆଜି ସାଧାରଣତନ୍ତ୍ର ଦିବସ: ଗାନ୍ଧୀମାର୍ଗ ପ୍ରସ୍ତୁତ
ମୁତୟନ ହେବେ ଏନ୍ଏସଜି କମାଣ୍ଡୋ, ପରେଡ୍ରେ ଭାଗ ନେବେ ଆନ୍ଧ୍ର ପୁଲିସ
ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପରେଡ୍ ଲାଗି କମିସନରେଟ୍ ପୁଲିସ ତାର ପ୍ରସ୍ତୁତି ଶେଷ କରିଛି। ଆଜି ସନ୍ଧ୍ୟାରୁ ମହାତ୍ମା ଗାନ୍ଧୀମାର୍ଗ ପୁଲିସ କବ୍ଜାକୁ ଚାଲି ଯାଇଛି। ପୁଲିସ କମିସନର୍ ସତ୍ୟଜିତ ମହାନ୍ତି ପରେଡ୍ ସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଗତବର୍ଷ ଭଳି ଚଳିତ ଥର ମଧ୍ୟ ପରେଡ୍ବେଳେ ଗାନ୍ଧୀମାର୍ଗରେ ଏନ୍ଏସ୍ଜି କମାଣ୍ତୋ ମୁତୟନ ହେବେ। ୧୨ ଜଣିଆ କମାଣ୍ତୋ ଟିମ୍ ଗତ ଦୁଇ ଦିନ ହେବ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। ସେମାନଙ୍କୁ ଗାନ୍ଧୀମାର୍ଗର ରୁଟମ୍ୟାପ, ନିକଟରେ ଥିବା ସୁଉଚ୍ଚ ଅଟ୍ଟାଳିକା, ସଚିବାଳୟ ଓ ବିଧାନସଭା ଆଦି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ଆଜି ମଧୢ ଏନ୍ଏସ୍ଜି କମାଣ୍ତୋମାନେ ଗାନ୍ଧୀମାର୍ଗକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ଅପରାହ୍ଣରେ ସନ୍ଧାନୀ କୁକୁର ଏବ˚ ବୋମା ନିଷ୍କ୍ରିୟକାରୀଙ୍କ ସହଯୋଗରେ ପରେଡ୍ ସ୍ଥଳକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ଗାନ୍ଧୀମାର୍ଗର ଉଭୟ ପାର୍ଶ୍ବରେ ଥିବା ଡ୍ରେନ୍ର ଭିତର ଅ˚ଶକୁ ମଧୢ ପରଖିଥିଲେ ବୋମା ନିଷ୍କ୍ରିୟକାରୀ ଦଳ। ଯେହେତୁ ରାଜ୍ୟପାଳ ପରେଡ୍ ଅଭିବାଦନ ଗ୍ରହଣ କରିବେ, ସେଥିପାଇଁ ଆଜି ଦୁଇଦୁଇ ଥର ରାଜ୍ୟପାଳଙ୍କ କାରକେଡ୍ର ରିହରସାଲ୍ କରାଯାଇଥିଲା। କିଭଳି ଭାବେ ରାଜ୍ୟପାଳଙ୍କ କାରକେଡ୍ ରାଜଭବନରୁ ବାହାରି ପରେଡ୍ ସ୍ଥଳରେ ପହଞ୍ଚିବ, ସେହିଭଳି ଅବିକଳ ଡେମୋ କରାଯାଇଥିଲା। କାରକେଡ୍ ଇନ-ଚାର୍ଜ ଏହି ଡେମୋର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ନେଇଥିଲେ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବାରିକେଡ୍ରେ ସବୁଜ ରଙ୍ଗର ତାର ଜାଲି ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ୍ ସ୍ଥଳରେ ୩୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ଦୁଇ ୟୁନିଟ୍ ଏସ୍ଓଜି, କ୍ୟୁଆର୍ଟି, ଓସାଫ, ରାପିଡ୍ ଆକ୍ସନ ଫୋର୍ସ, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ପରେଡ଼ ସ୍ଥଳରେ ସିସି ଟିଭି କ୍ୟାମେରା ସହ ୧୫୦ରୁ ଅଧିକ ଏସ୍ଆଇ, ଏଏସ୍ଆଇ ଏବ˚ ଇନ୍ସପେକ୍ଟରଙ୍କ ସହ ୧୯ ଜଣ ଡିଏସ୍ପି, ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ରହିବେ। ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପରେଡ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ମାଷ୍ଟରକ୍ୟାଣ୍ଟିନ୍, ବାଣୀବିହାର, ଖଣ୍ତଗିରି, ଲକ୍ଷ୍ମୀସାଗର, ପଳାଶୁଣୀ, ରବି ଟକିଜ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧୢ ସ୍ବତନ୍ତ୍ର ଚେକ୍ ପୋଷ୍ଟ ମାଧୢମରେ ବ୍ଲକି˚ କରାଯାଇ ଚେକି˚ ଆରମ୍ଭ ହୋଇଛି। ଏହା ଛଡ଼ା ସହର ଭିତରେ ଥିବା ହୋଟେଲ ଓ ଲଜି˚ରେ ମଧୢ ଯାଞ୍ଚ ଆରମ୍ଭ ହୋଇ ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପରେଡ୍ ଲାଗି ଟ୍ରାଫିକ୍ କଟକଣା
ଗାନ୍ଧୀମାର୍ଗରେ ପରେଡ୍ ଚାଲୁଥିବାବେଳେ ଟ୍ରାଫିକ ପୁଲିସ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ସକାଳ ସାଢେ଼ ୬ଟାରୁ ପରେଡ୍ ଶେଷ ପର୍ଯ୍ୟନ୍ତ କୌଣସି ଭାରୀଯାନ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ କିମ୍ବା ରାମମନ୍ଦିର ପଟୁ ମାଷ୍ଟରକ୍ୟାଣ୍ଟିନ୍ ଆସି ପାରିବ ନାହିଁ। ପରେଡ୍କୁ ସ୍ଥଳକୁ ସ˚ଲଗ୍ନ କରୁଥିବା ୟୁନିଟ-୨ ଏବ˚ ୟୁନିଟ-୩ ଅଞ୍ଚଳର ସମସ୍ତ ରାସ୍ତା ସିଲ୍ ରହିବ। ସେହିପରି ଏଜି ଛକରୁ ପିଏମ୍ଜି ଏବ˚ ହାଉସି˚ବୋର୍ଡ ଛକରୁ ପିଏମଜି ଛକକୁ କୌଣସି ଗାଡ଼ି ଆସି ପାରିବ ନାହିଁ। ପରେଡ୍ ଦେଖିବାକୁ ଆସୁଥିବା ବ୍ୟକ୍ତିବିଶେଷମାନେ ସେମାନଙ୍କ ବାଇକ୍ ଓ ସାଇକେଲ୍ ମାଷ୍ଟରକ୍ୟାଣ୍ଟିନ କ˚ଗ୍ରେସ ଭବନ ନିକଟ, ବସଷ୍ଟାଣ୍ତ୍, ହୋଟେଲ ଯଯାତି ନିକଟ, ଜୟଦେବ ଭବନ, ଇଡକଲ ଅଡିଟୋରିୟମ ନିକଟ, ୟୁନିଟ-୨ ଏବ˚ ୟୁନିଟ-୩ରେ ଥିବା ହାଇସ୍କୁଲ ପଡିଆରେ ପାର୍କି˚ କରିବେ। ପରେଡ୍ ପାଇଁ ୨ଶହ ଟ୍ରାଫିକ୍ କର୍ମଚାରୀ ଓ ୧୫ ଜଣ ପୁଲିସ ଅଧିକ ନିଯୁକ୍ତ ହେବେ। ଡିସିପି ଟ୍ରାଫିକ୍ ଓ ଏସିପିଙ୍କ ତତ୍ତ୍ବାବଧାନରେ ଟ୍ରାଫିକ ପରିଚାଳିତ ହେବ।