ଭୁବନେଶ୍ବର : ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ୩୦ଜଣ ଶୈକ୍ଷିକ ପରାମର୍ଶଦାତାଙ୍କୁ ନିଯୁକ୍ତି କରାଯିବ। ସେମାନେ ଶିକ୍ଷାନୁଷ୍ଠାନଗୁଡ଼ିକର ଡିଜିଟାଇଜେସନ୍, ଗବେଷଣା, ନାକ୍ ସ୍ବୀକୃତି, ନୂଆ ପାଠ୍ୟକ୍ରମ, ବିଶ୍ବବିଦ୍ୟାଳୟ ଅଧୀନରେ ଉତ୍କର୍ଷ କେନ୍ଦ୍ରଗୁଡ଼ିକର ସୁଦୃଢ଼ୀକରଣ, ସରକାରଙ୍କ ନୀତି, ଉତ୍କର୍ଷ କାର୍ଯ୍ୟକ୍ରମର ରୂପାୟନ ନିମନ୍ତେ କାର୍ଯ୍ୟ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଏ ନେଇ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତିି। ଏହି ସୂଚନା ଅନୁଯାୟୀ ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ(ଓଏସ୍ଏଚ୍ଇସି) ଗଠନ ହୋଇଛି। ରାଜ୍ୟରେ ଉଚ୍ଚଶିକ୍ଷା ଓ ଗବେଷଣାର ବିକାଶ ହେଉଛି ଏହାର ମୁଖ୍ୟ ଆଭିମୁଖ୍ୟ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ଆଇନ, ୨୦୧୭ ଅନୁଯାୟୀ ଏହି ପରିଷଦ କାର୍ଯ୍ୟ କରୁଛି।
ସୂଚନାଯୋଗ୍ୟ, ଶୈକ୍ଷିକ ପରାମର୍ଶଦାତାମାନଙ୍କୁ ପରିଷଦ ଚୟନ କରିବ। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରୁ ୧୩ଜଣ ଶିକ୍ଷାବିତ୍ଙ୍କୁ ସରକାର ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି, ଖୋର୍ଧା ପ୍ରାଣନାଥ ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ, ଫକୀରମୋହନ ସ୍ବୟଂଶାସିତ କଲେଜ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍ର ନିର୍ଦେଶକ ଡ. ଅଜୟ କୁମାର ପରିଡ଼ା ପ୍ରମୁଖ ରହିଛନ୍ତିି। ସେମାନେ ପରିଷଦକୁ ପରାମର୍ଶ ଦେବେ ବୋଲି କୁହାଯାଇଛି।