ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଜନୈକ ବିଧାୟକଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଦିଲ୍ଲୀର ରିଠାଲ୍ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଧାୟକ ହୋଇଥିବା ମୋହିନ୍ଦର ଗୋଏଲଙ୍କ ବରୋଧରେ ଜଣେ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି। ପିଡ଼ିତା ମହିଳାଙ୍କ ଅଭିଯୋଗ ଅନୁଯାୟୀ ବିଧାୟକ ତାଙ୍କୁ ଭଲଭାବେ ଜାଣନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା କହିଛନ୍ତି ଯେ ବିଧାୟକ ମୋହିନ୍ଦର ଗୋଏଲ୍ ତାଙ୍କ ସହ ଥରେ ନୁହେଁ ବରଂ ବହୁବାର ଦୁଷ୍କର୍ମ କରିଥିଲେ। ବିଧାୟକଙ୍କ ଭାଇ ତାଙ୍କ ପାଖକୁ ଅଶ୍ଳୀଳ ମେସେଜ୍ ପଠାଉଥିବା ଓ ମୁହଁ ଖୋଲିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ପୁଲିସ୍ ନିକଟରେ ଅଭିଯୋଗ ହେବାବାପରେ ପ୍ରଶାନ୍ତ ବିହାର ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି।
ତେବେ ବିଧାୟକଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟଯେ ୨୦୧୬ରେ ଆମ ଆଦମୀ ପାର୍ଟିର ଦୁଇ ଜଣ ନେତାଙ୍କ ନାଆଁରେ ଗଣଦୁଷ୍କର୍ମ ଅଭିଯୋଗ ଆସିଥିଲା।