ନୂଆ ମଟର ଯାନ ଆଇନ୍କୁ ବିରୋଧ କରି ଆଜି ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳରେ ପରିବହନ ଧର୍ମଘଟ
ନୂଆଦିଲ୍ଲୀ: ସଂଶୋଧିତ ମଟର ଯାନ ଆଇନ ଅଧୀନରେ ଲାଗୁ କରାଯାଉଥିବା ବିପୁଳ ଅର୍ଥଦଣ୍ଡକୁ ବିରୋଧ କରି ଗୁରୁବାର ଦିନ ଦିଲ୍ଲୀ ଏବଂ ନଇଡ଼ାର ପରିବହନ ସଂଘ ଧର୍ମଘଟ ଡାକରା ଦେଇଥିବାରୁ ଯାତ୍ରୀମାନେ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସମଗ୍ର ସହରରେ ଥିବା କେତେଗୁଡ଼ିଏ ଘରୋଇ ବିଦ୍ୟାଳୟ ବନ୍ଦ ରହିଛି। କ୍ଲଷ୍ଟର୍, ଘରୋଇ ବସ୍, ଅଟୋ-ରିକ୍ସା, ଆପ୍-ଭିତ୍ତିକ କାର୍, ଟ୍ରକ୍, ଗ୍ରାମୀଣ ସେବା ଏବଂ ସ୍କୁଲ୍ ବସ୍ଗୁଡ଼ିକ ଚଳାଚଳ କରୁ ନ ଥିବାରୁ ସ୍କୁଲ୍ଗୁଡ଼ିକ ପାଇଁ ସମସ୍ୟା ଦେଖାଦେଇଛି।
ମିଳିଥିବା ଖବର ଅନୁଯାୟୀ ସ୍କୁଲ୍ ଛଡ଼ା କେତେକ କମ୍ପାନି ଏବଂ ନଇଡ଼ାର କେତେକ ଶିଳ୍ପାନୁଷ୍ଠାନ ମଧ୍ୟ ବନ୍ଦ ରହିଛି।
୪୧ଟି ସମାଜ ଏବଂ ସଂଘକୁ ନେଇ ଗଠିତ ପରିବହନ ସଙ୍ଗଠନ ସଂଶୋଧିତ ମଟର ଯାନ ଆଇନ୍ର କେତେକ ବ୍ୟବସ୍ଥା ବିରୋଧରେ ଦିନିକିଆ ପ୍ରତୀକାତ୍ମକ ଧର୍ମଘଟ ଡାକରା ଦେଇଛନ୍ତି। ଏହି ସଂଘଗୁଡ଼ିକର ନେତୃତ୍ୱ ନେଇଛି ୟୁନାଇଟେଡ୍ ଫ୍ରଣ୍ଟ୍ ଅଫ୍ ଟ୍ରାନ୍ସ୍ପୋର୍ଟ ଆସୋସିଏସନ୍ ବା ‘ଉଫ୍ଟା’। ଗୁରୁବାର ସକାଳ ୬ଟାରୁ ରାତି ୯: ୩୦ ଯାଏଁ ଦିଲ୍ଲୀ ରାସ୍ତାରେ କୌଣସି ଘରୋଇ ବାଣିଜ୍ୟିକ ଯାନ ଚଳାଚଳ କରିବ ନାହିଁ ବୋଲି ‘ଉଫ୍ଟା’ କହିଛି।
‘ଉଫ୍ଟା’ କହିଛି ଯେ ଆମର ମୁଖ୍ୟ ଦାବି ହେଉଛି ସଂଶୋଧିତ ମଟର ଯାନ ଆଇନ୍ ଅଧୀନରେ ଥିବା ମାତ୍ରାଧିକ ଅର୍ଥଦଣ୍ଡର ସମୀକ୍ଷା କରିବା। ଏଇଟା ଦୁର୍ନୀତିର ଉତ୍ସ ଛଡ଼ା ଅନ୍ୟ କିଛି ନୁହେଁ। ସରକାର ଜରିମାନା ବଢ଼ାଇଥିବା ବେଳେ ଏଥି ପାଇଁ କୌଣିସ ଭିତ୍ତିଭୂମି ଯୋଗାଇ ଦେଇନାହିଁ। କଟାଯାଉଥିବା ଚାଲାଣର କୌଣସି ବିଜ୍ଞାନସମ୍ମତ ପ୍ରମାଣ ରହୁନାହିଁ। ଟ୍ରାଫିକ୍ ଇନ୍ସ୍ପେକ୍ଟର୍ମାନେ ଦେହଲଗା କ୍ୟାମେରା କିଂବା କୋଲାର୍ ମାଇକ୍ରୋଫୋନ୍ ବ୍ୟବହାର କରୁନାହାନ୍ତି।