ଅସ୍ବାସ୍ଥ୍ୟକର ଖାଦ୍ୟ କରୋନା ଜନିତ ମୃତ୍ୟୁର ମୁଖ୍ୟ କାରଣ: ଦେଶବାସୀଙ୍କୁ ସଚେତନ କରାଇଲେ ଇଂଲଣ୍ଡରେ ରହୁଥିବା ଭାରତୀୟ ଡାକ୍ତର
ଲଣ୍ଡନ: ଅସ୍ବାସ୍ଥ୍ୟକର ଖାଦ୍ୟ କୋଭିଡ୍-୧୯ ଜନିତ ମୃତ୍ୟୁର ଏକ ପ୍ରମୁଖ କାରଣ। ଇଂଲଣ୍ଡରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଭାରତୀୟମାନଙ୍କୁ ଏପରି କହିବା ସହ ଅସ୍ବାସ୍ଥ୍ୟକର ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇଂଲଣ୍ଡର ନେସ୍ନାଲ୍ ହେଲ୍ଥ ସର୍ଭିସ(ଏନ୍ଏଚ୍ଏସ୍)ରେ କାମ କରୁଥିବା ଭାରତୀୟ ବଂଶୋଦ୍ଭବ ହୃଦ୍ରୋଗ ବିଶେଷଜ୍ଞ ଡକ୍ଟର ଅସୀମ ମଲହୋତ୍ରାଙ୍କ କହିବାନୁଯାୟୀ ମେଦ ବହୁଳତା ହେତୁ କରୋନା ଭାଇରସ୍ ଶୀଘ୍ର ସଂକ୍ରମିତ ହୋଇଥାଏ। କୋଭିଡ-୧୯ ଜନିତ ମୃତ୍ୟୁର ଅତ୍ୟଧିକ ଓଜନ ଅନ୍ୟତମ ପ୍ରମୁଖ କାରଣ ବୋଲି ସେ ଜଣାଇଛନ୍ତି।
କରୋନା ଭାଇରସ୍ ବିରୋଧରେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କଲେ ଏହି ମହାମାରୀ ବିରୋଧରେ ଭାରତ ଲଢ଼େଇ କରିପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି।
ବିଶେଷ କରି ଉଚ୍ଚ ରକ୍ତଚାପ, ହୃଦ୍ରୋଗ ଓ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ଭିତରେ କରୋନା ଦ୍ବାରା ଆକ୍ରାନ୍ତ ହେବାର ବିଶେଷ ସମ୍ଭାବନା ରହିଛି। କେବଳ ସେତିକି ନୁହେଁ, ଏମାନଙ୍କ ଭିତରେ କରୋନା ଜନିତ ମୃତ୍ୟୁ ହେବାର ବିଶେଷ ଆଶଙ୍କା ରହିଛି।
ଆମେରିକାର ଏବଂ ଇଂଲଣ୍ଡ ପରି ରାଷ୍ଟ୍ର ସାଧାରଣତ କେନ୍ ଓ ସିଲ୍ଡ ଖାଦ୍ୟ ଖାଉଥିବା ହେତୁ ସେମାନଙ୍କ ଦେଶରେ କରୋନା ଜନିତ ମୃତ୍ୟୁ ହାର ଅଧିକ। ଡକ୍ଟର ମଲହୋତ୍ରା ଘରେ ତିଆରି ସୁସ୍ଥକର ଖାଦ୍ୟ ଖାଇବାକୁ ଭାରତୀୟମାନଙ୍କୁ ପରାମର୍ଶ ଦେଇଛନ୍ତି।