ଆବଦ୍ଧାଞ୍ଚଳର ଅବଧି ବାରମ୍ବାର ବଢ଼ିବାକୁ ବିରୋଧ, ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ

ବାଲେଶ୍ବର: ନୀଳିଆବାଗରେ ଆବଦ୍ଧାଞ୍ଚଳ ଅବଧିକୁ ବାରମ୍ବାର ବଢ଼ାଯିବାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଆଜି ଆବଦ୍ଧାଞ୍ଚଳର ରାଣୀପାଟଣା ପଟେ ରହୁଥିବା ଲୋକ ଘର ବାହାରକୁ ଆସି ହୋ‌ହଲ୍ଲା କରିଥିବା ଦେଖାଯାଇଥିଲା। ୧୫ ଦିନ ହେବ ଏହି ଅଞ୍ଚଳବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି।

ଆବଦ୍ଧାଞ୍ଚଳକୁ ପ୍ରବେଶ କରିବା ପାଇଁ ଚିଡ଼ିଆପୋଲ ପଟେ ରାସ୍ତା ହୋଇଥିବା ବେଳେ ପନିପରିବା, ସଉଦା ଓ ଅତ୍ୟାବଶ୍ୟକ ସାମଗ୍ରୀ କେବଳ ସେହି ପାଖାପାଖି ରହୁଥିବା ଲୋକଙ୍କୁ ଯୋଗାଇ ଦିଆଯାଉଛି। ରାଣୀପାଟଣା ପଟେ ରହୁଥିବା ଲୋକ ନା ସେହି ସୁବିଧା ପାଇପାରୁଛନ୍ତି ନା ଆବଦ୍ଧାଞ୍ଚଳ ବାହାରକୁ ଯାଇପାରୁଛନ୍ତି। ଏହାଛଡ଼ା ରାଣୀପାଟାଣା ପଟେ ସଫେଇ କିମ୍ବା ବିଶୋଧନ ମଧ୍ୟ କରାଯାଉନାହିଁ। ଏପରିକି ଘରେ ବୟସ୍କ ଓ ଅସୁସ୍ଥ ଲୋକ ଚିକିତ୍ସା ପାଇଁ କଷ୍ଟ ଭୋଗୁଛନ୍ତି। ଅନ୍ୟପକ୍ଷରେ ଏଠାରେ ସଂକ୍ରମିତ ହୋଇଥିବା ଲୋକ ସୁସ୍ଥହୋଇ ଘରକୁ ଫେରୁଥିବାବେଳେ ନିଷିଦ୍ଧାଞ୍ଚଳର ଅବଧି ତୁରନ୍ତ ଉଠାଇବାକୁ ଦାବି କରାଯାଇଛି। ତେବେ ଆଉ କିଛି ରିପୋର୍ଟ ଆସିବାକୁ ବାକିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଉପ-ଜିଲ୍ଲାପାଳ ନୀଲୁ ମହାପାତ୍ର।

ସମ୍ବନ୍ଧିତ ଖବର