ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କୁ ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କ ଅମାନୁଷିକ ବ୍ୟବହାର, ଭିଡିଓ ଭାଇରାଲ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏଟୱା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଯେ ଦୁଇ ଜଣ ପୁଲିସ୍‌ କର୍ମୀ ମିଶି ଜଣେ ବ୍ୟକ୍ତିଙ୍କୁ ଶାରୀରିକ ନିର୍ଯାତନା ଦେଉଥିବାର ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ଭିଡିଓରେ ତାଙ୍କୁ ଛାଡ଼ି ଦେବାକୁ ନେହୁରା ହେଉଥିବା ବେଳେ ଦୁଇ ପୁଲିସ୍‌ କନ୍‌ଷ୍ଟେବଲ୍‌ କିନ୍ତୁ ମାଡ଼ ମାରୁଥିବାର ନଜର ଆସିଛନ୍ତି।

୨ ମିନିଟ୍‌ର ଏହି ଭିଡିଓ ଏଟ‌ୱାସ୍ଥିତ ଏକ ଗାଁରେ ସୁଟ୍‌ ହୋଇଥିବାର ଜାଣିବାକୁ ମିଳିଛି। ଭିଡିଓଟି ଗତ ଶୁକ୍ରବାରର ଓ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଭିଡିଓରେ ପୁଲିସ୍‌ କର୍ମୀଙ୍କ ନିର୍ଯାତନାର ଶିକାର ହେଉଥିବା ବ୍ୟକ୍ତି ଜଣକ ଜଣେ ମାନସିକ ବିକାରଗସ୍ତ।

ସମାଜବାଦୀ ପାର୍ଟି ସମେତ ଭିଡିଓଟିକୁ ଆହୁରି ଅନେକ ସେୟାର୍‌ କରି ସାରି‌ଲେଣି। ଭିଡିଓରେ ପୁଲିସ୍‌ କନ୍‌ଷ୍ଟେବଲ୍‌ ଜୋତା ପିନ୍ଧି ମାନସିକ ବିକାରଗ୍ରସ୍ତଙ୍କ  ଛାତିକୁ ଗୋଇଠା ମାରୁଥିବାର ଦେଖିବାକୁ ମିଳିଛି । ବ୍ୟକ୍ତିି ଜଣକ ଚଟାଣରେ ପଡ଼ି ନେହୁରା ହେଉଛନ୍ତି।

ସମ୍ବନ୍ଧିତ ଖବର