ଇଟାଭାଟି ଶ୍ରମିକଙ୍କୁ ଉଦ୍ଧାର କରି ଗାଁକୁ ପଠାଇବା ବ୍ୟବସ୍ଥା କଲେ ତହସିଲଦାର

ଶେରଗଡ଼: କନିସିରେ ଏକ ଇଟା ଭାଟିରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ୩୧ ଜଣ ଶ୍ରମିକ କାମ କରୁଥିଲେ । କିନ୍ତୁ ଭାଟି ବନ୍ଦ ଯୋଗୁଁ ମାଲିକ ସେମାନଙ୍କୁ ଖାଇବାକୁ ନ ଠିକରେ ନଦେବା ଫଳରେ ରାତିରେ ଚାଲି ଚାଲି ସମସ୍ତ ଶ୍ରମିକ ଗାଁକୁ ଲୁଚି ଫେରୁଥିବା ବେଳେ ବାଟହୁଡ଼ି ସେମାନେ ଶେରଗଡ଼ ବ୍ଲକ ପଥରପୁଞ୍ଜି ଗ୍ରାମରେ ଫସି ଯାଇଥିଲେ । ଖବର ପାଇ ଶେରଗଡ଼ ତହସିଲଦାର ଡ଼ ଦୟାସିନ୍ଧୁ ପରିଡା, ଏ. ଟି. ଓ ଅକ୍ଷୟ କୁମାର ମଲ୍ଲିକ, ମନୋଜ କୁମାର ନାହାକ ପ୍ରମୁଖ ସେମାନଙ୍କ ଖାଇବା ବ୍ୟବସ୍ଥା କରିବା ସହ ବଲାଙ୍ଗୀର ଜିଲ୍ଲାପାଳ ଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରି ଏକ ବସ ପାସ କରି ସେମାନଙ୍କୁ ଗାଁ କୁ ପଠାଇବା ବ୍ୟବସ୍ଥା କରିଥିଲେ । ଇଟାଭାଟି ଶ୍ରମିକମାନେ ବାର୍ଷିକ ଚୁକ୍ତି ନାମାରେ ଅଗ୍ରିମ ନେଇ କାମ କରୁଥିବା ବେଳେ କାମ ବନ୍ଦ ଯୋଗୁଁ ମାଲିକ ସେମାନଙ୍କୁ ଠିକ ଭାବେ ଖାଇବାକୁ ନଦେବା ଫଳରେ ସେମାନେ ଲୁଚି କରି ଘରକୁ ଫେରୁଥିବା ପ୍ରକାଶ କରିଛନ୍ତି ।

ବଢୁଛି ଆତଙ୍କ ଚିକିଟି ଯିବାକୁ ଥିବା ବସ ର ଯାତ୍ରୀ ଶେରଗଡ଼ ରୁ ଓଲି ଚାଲି ଚାଲି ଗାଁ ରେ ପଶିଲେ 

ସୁରାଟରୁ ଆସୁଥିବା ବସ ଆଜି ସନ୍ଧ୍ୟାରେ ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମର ଲୋକମାନେ ଗାଁକୁ ଆସୁଥିଲେ।  ସେହି ବସଟି ଚିକିଟି ବ୍ଲକ ଅଞ୍ଚଳରେ ଲୋକଙ୍କୁ ଖାଲି କରିବା ପାଇଁ ନିର୍ଦେଶ ଥିବା ବେଳେ କୌଣସି କାରଣରୁ ଚିକିଟି ଗାଡ଼ି ଖାଲି ନକରି ଫେରି ଆସିଥିଲା।  ସେହି ବସର ଯାତ୍ରୀମାନେ ଶେରଗଡ଼ ବିଜୁ ପଟ୍ଟନାୟକ ଛକ, ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଲୋକଙ୍କୁ ଡ୍ରପ କରିଦେବା ପରେ ସେଠାରୁ ଲୋକ ମାନେ ଚାଲି ଚାଲି ନିଜ ଗ୍ରାମକୁ ଚାଲି ଯାଇଥିବା ଜଣାପଡିଛି।  ଚିକିଟି ପରିବର୍ତ୍ତେ କିଭଳି ଶେରଗଡ଼ରେ ଲୋକ ଡ୍ରପ ହେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବୀ ହେଉଛି।
ସମ୍ବନ୍ଧିତ ଖବର