ନବରଙ୍ଗପୁର: ନବରଙ୍ଗପୁର କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ ଚିକିତ୍ସାଧୀନ କରୋନା ଆକ୍ରାନ୍ତ ସୋମବାର ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହି ଆକ୍ରାନ୍ତ ଜଣକ ଫେରାର ହୋଇଯାଇଥିବା ସଂକ୍ରାନ୍ତରେ ଥାନାରେ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଏତଲା ମଧ୍ୟ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଫେରାର କରୋନା ଆକ୍ରାନ୍ତ ଜଣକ ଉମରକୋଟ ଅଞ୍ଚଳର ବୋଲି ଜଣାପଡ଼ିଛି। ଉକ୍ତ ଆକ୍ରାନ୍ତଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେବା ପରେ ତାଙ୍କର ସ୍ୱାବ ସଂଗ୍ରହ କରି କୋଭିଡ ପରୀକ୍ଷା ପାଇଁ ପଠାଯାଇଥିଲଏବଂ ରିପୋର୍ଟ ପିଜିଟିଭ୍ ଆସିଥିଲା। ଜୁନ୍ ୩ରେ ସେ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଜି ସେ କୌଶଳ କ୍ରମେ ହସ୍ପିଟାଲ କାନ୍ଥ ଡେଇଁ ଫେରାର ହୋଇଥିବା କଥା ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଥାନାରେ ଅଭିଯୋଗ କରିଛନ୍ତି।
ତେବେ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ଜଣେ ଆକ୍ରାନ୍ତ ହସ୍ପିଟାଲରୁ ଫେରାର ହେବା ଚିନ୍ତାର କାରଣ ପାଲଟିଛି। ନବରଙ୍ଗପୁର ଜିଲ୍ଲାରେ ଏଯାବତ ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।