ଚିଲିକା : ରାଜ୍ୟରେ କରୋନା ସ୍ଥିତି ଏବେ ବେଶ୍ ଗମ୍ଭୀର ରହିଛି । ବିଶେଷ କରି ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ମଧ୍ୟରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଏକ ସୂଚନାକୁ ତର୍ଜମା କଲେ ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ବଡକୁଳ ପଞ୍ଚାୟତ ଅଫିସରେ ଡୁଙ୍ଗମାଳ ପଞ୍ଚାୟତର ପୂର୍ବତନ ପିଇଓଙ୍କ ବିଦାୟକାଳୀନ ଭୋଜି ଯୋଗୁଁ ଚିଲିକା ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତ ୩୧ ତାରିଖରେ ବଡକୁଳ-ଡୁଙ୍ଗମାଳ ପଞ୍ଚାୟତ ଅଫିସ୍ରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଦାୟକାଳୀନ ଭୋଜିରେ ପ୍ରାୟ ୫୦ ଜଣ ଲୋକ ସାମିଲ୍ ହୋଇଥିଲେ।
ଏହି ଭୋଜିରେ ସାମିଲ୍ ହୋଇଥିବା ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିଙ୍କର ଗତ ୬ ତାରିଖରେ ପଜିଟିଭ୍ ରିପୋର୍ଟ ମିଳିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । ସେ ଯୋଗ ଦେଇଥିବା ଉକ୍ତ ପଞ୍ଚାୟତ ଅଫିସ୍ ଭୋଜିରେ ପ୍ରାୟ ୩୯ ଜଣଙ୍କର ସ୍ୱାବ୍ ଟେଷ୍ଟ କରାଯାଇଥିଲା । ଆଜି ସେହି ୩୯ଜଣଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ପିଜିଟିଭ୍ ଆସିଥିବାର ସୂଚନା ମିଳିଛି ।
ଏହି ଆଠ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ, ଜିଆରଏସ୍, ୱାର୍ଡ ମେମ୍ବର ଏବଂ ସ୍ଥାନୀୟ ବ୍ୟକ୍ତି ଥିବାର ସୂଚନା ମିଳିଛି । ସେହିପରି ପାଞ୍ଚଜଣ ଆକ୍ରାନ୍ତଙ୍କ ମଧ୍ୟରେ ବାଲୁଗାଁ ଏନଏସିରୁ ଦୁଇଜଣ ରହିଥିବାସ୍ଥଳେ ଆଙ୍କୁଲା ପଞ୍ଚାୟତରୁ ଦୁଇଜଣ ଓ ହରିପୁର ପଞ୍ଚାୟତରୁ ଜଣେ ରହିଥିବାର ସୂଚନା ମିଳିଛି।
ସୂଚନାଥାଉକି, ଗତକାଲି ବାଲୁଗାଁ ମାଛ ମାର୍କେଟରୁ ଜଣେ ବ୍ୟବସାୟୀ ପଜିଟିଭ୍ ଚିହ୍ନଟ ହେବା ପରେ ବାଲୁଗାଁ ମାଛ ମାର୍କେଟ୍କୁ ସାତ ଦିନ ପାଇଁ ସିଲ୍ କରାଯାଇଛି । ଅପରପକ୍ଷରେ ଅଧିକ ସଂକ୍ରମଣ ଥିବା ୪ଟି ଜିଲ୍ଲା ଗୋଟିଏ ମହାନଗର ନିଗମକୁ ରାଜ୍ୟ ସରକାର ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ସଟ୍ଡାଉନ ଘୋଷଣା କରିଛନ୍ତି ।