ଆଇଆଇଏଫଏଲ୍ ଲୁଟ ଘଟଣା; ଗିରଫ ହେଲେ ଦୁଇ ସୁନା ଦୋକାନୀ
Sambad is now on WhatsApp
Join and get latest news updates delivered to you via WhatsApp
ସେପଟେ ଏହି ଘଟଣାରେ ପୁଲିସ ଆହୁରି କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେଣୁ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଘଟଣାର ମାଷ୍ଟର ମାଇଣ୍ଡ ଆଇଆଇଏଫଏଲ୍ର କର୍ମଚାରୀ ଲାଲା ଅମ୍ରିତ ରାୟ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ୍ ହୋଇଥିବା ଦର୍ଶାଇ ଡକାୟତିର ଡ୍ରାମା ରଚିଥିଲେ। ଅମ୍ରିତର କିଛି ବନ୍ଧୁ ସୁନାକୁ ହଡ଼ପ କରିଥିଲେ। ହେଲେ ଅଡିଟରେ ଧରାପଡ଼ିଯିବା ଆଶଙ୍କାରେ ନିଜ ବଡ଼ ଭାଇ ଓ ସାଙ୍ଗଙ୍କ ଜରିଆରେ ଲୁଟ୍ କରିବାକୁ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଲୁଟ୍ ପୂର୍ବଦିନ ସମସ୍ତଙ୍କୁ ଆଣି ବ୍ରାଞ୍ଚ ଦେଖାଇ ଯୋଜନା କରିଥିଲେ ଅମ୍ରିତ ଓ ତାଙ୍କ ଭାଇ। ଏହାପରେ ଗତ ୧୯ ତାରିଖ ସକାଳେ ଅମ୍ରିତଙ୍କ ୪ ସାଙ୍ଗ ମିଶି ଲୁଟି କରିଥିଲେ।