ସିଂହପୁର : ବିଂଝାରପୁର ଜଳସମ୍ପଦ ବିଭାଗ ଅଧୀନ ଜରୀ ନୂଆମାହାରା ବାମପାର୍ଶ୍ବର ନାଉବାଙ୍କ ଓ ହଳଦୀଡିହ ଗ୍ରାମ ମଧ୍ୟରେ ନଦୀବନ୍ଧ ଗତକାଲି ଧସିଯାଇଥିବା ଦେଖାଯାଇଛି। ସଂଯୋଗ ହେଉଛି ୨୦୧୭ ,୧୮ ଓ ୨୦୧୯ ରେ ଏହି ସ୍ଥାନରେ ବନ୍ଧ ଧସିଥିଲା। ଅସ୍ଥାୟୀ ମରାମତି କରାଯାଇଥିଲା। ପୁଣି ଗତକାଲି ପାଖାପାଖି ଶହେ ମିଟର ଧସିବା ସହ ତିନିଫୁଟ ବନ୍ଧ ଦବିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସ୍ଥାନରେ ବାରମ୍ବାର ବନ୍ଧ ଧସୁଥିବାରୁ ଜନସାଧାରଣ ଯାତାୟାତ କରିବାକୁ ଭୟଭୀତ ହେଉଛନ୍ତି। ଏହି ସ୍ଥାନରେ କାହିଁକି ଦବୁଛି, ଗୁଣବତ୍ତା ନିୟନ୍ତ୍ରଣ ବିଭାଗ ପକ୍ଷରୁ ସେନେଇ ପରୀକ୍ଷା କିମ୍ବା ଅନୁଧ୍ୟାନ କରାଯାଉନାହିଁ। ଏହାର ସ୍ଥାୟୀ ପ୍ରତିକାର ନକରି ଅସ୍ଥାୟୀ ଭାବେ କାମ କରାଯାଉଥିବାରୁ ସରକାରଙ୍କ ରାଜସ୍ବ କ୍ଷତି ହେବା ସହିତ ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହେଉଥିବା ଅଭିଯୋଗ ହେଉଛି। ନୂଆମାହାରାରେ ଡ୍ରେନେଜ ବିଭାଗ କାର୍ଯ୍ୟ କରୁଥିବାରୁ ଏପରି ଅବସ୍ଥା ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବିଂଝାରପୁର ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ସଂଜୀବ ସାମଲ କହନ୍ତି, ଏହି ସ୍ଥାନରେ ବନ୍ଧ ତଳେ ପଙ୍କ ଥିବାରୁ ବାରମ୍ବାର ଧସୁଥିବା ଅନୁମାନ କରାଯାଉଛି। ଆସନ୍ତାକାଲି ଜନସାଧାରଣଙ୍କ ଯାତାୟାତ ପାଇଁ ଅସ୍ଥାୟୀ ଭାବେ ମରାମତି କରାଯିବ।