ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନରେ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଅନ୍ତର୍ଗତ କଂଚୁରୁ ପଂଚାୟତ କଣ୍ଟେଇକୋଳି ଗ୍ରାମର ଚିତ୍ରଶିଳ୍ପୀ ଅରୁଣ ସାହୁ ନିଜ କଳାକୃତିରେ ନିଆରା ଭେଟି ଦେଇଛନ୍ତି। ଗମ୍ଭାରୀ କାଠ ଓ ସନ୍ମାଇକା ପଟାକୁ ବ୍ୟବହାର କରି ନିହଣ ମୁନରେ ମୁଖ୍ୟମନ୍ତ୍ରୀଙ୍କ ଏକ ଅବିକଳ ମୁଖାକୃତି ଗଢ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଫଟୋଚିତ୍ର ତଳେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ରହିଛି। କାଠରେ ନିର୍ମିତ ଫଟୋ ଚିତ୍ରର ଉଚ୍ଚତା ୧୮ଇଂଚ ଥିବା ବେଳେ ଓସାର ୧୦ ଇଂଚ ରହିଛି। ଏହି ଫଟୋ ଚିତ୍ରକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଦାନ କରିବା ପାଇଁ ଇଚ୍ଛୁକ ଥିଲେ। କିନ୍ତୁ କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେ ନାହଁ ବୋଲି ସୂଚନା ଦେଇଥିଲେ। ଅପରପକ୍ଷେ ଅରୁଣଙ୍କ କଳାକୃତିକୁ ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟ୍ର ପୃଷ୍ଠାରେ ସ୍ଥାନିତ କରି ଏହାର ପ୍ରଶଂସା କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗତବର୍ଷ ଜୁନ୍ ମାସରେ ଅରୁଣ ଗୋସ୍ବାମୀ ତୁଳସୀ ଦାସଙ୍କ ରଚିତ ହନୁମାନ ଚାଳିଶାକୁ କାଠରେ ଖୋଦେଇ କରି ୭ ପୃଷ୍ଠା ବିଶିଷ୍ଟ ପୁସ୍ତକ ପ୍ରସ୍ତୁତ କରିଥିଲେ। ଏଥିସହ ସେ ଇଫେଲ୍ ଟାୱାର୍, ଧଉଳିର ଶାନ୍ତି ସ୍ତୂପ, ଓଡ଼ିଶା ବିଧାନ ସୌଧ ପ୍ରତିକୃତି କାଠରେ ପ୍ରସ୍ତୁତ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ରେ ସ୍ଥାନ ପାଇଛନ୍ତି।