‘ଆଇସିସି’ ମହିଳା ବିଶ୍ବକପ୍ ୨୦୨୨: ପାକିସ୍ତାନ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ଇତିହାସ ସୃଷ୍ଟିକଲା ବାଂଲାଦେଶ
ହାମିଲ୍ଟନ୍: ନିଉଜିଲାଣ୍ଡ୍ର ହାମିଲ୍ଟନ୍ସ୍ଥିତ ସିଡନ୍ ପାର୍କରେ ଆୟୋଜିତ ଚଳିତ ବର୍ଷର ‘ଆଇସିସି ମହିଳା କ୍ରିକେଟ୍ ବିଶ୍ବକପ୍’ରେ ଆଜି ପାକିସ୍ତାନ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ପ୍ରଥମ ଥର ପାଇଁ ଖେଳୁଥିବା ବାଂଲାଦେଶ ଟିମ୍ ଇତିହାସ ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାଂଲାଦେଶ ଟିମ୍ର ଫର୍ଗାନା ହକ୍ ଏବଂ ଫାହିମା ଖାତୁନ୍ ଏହି ମ୍ୟାଚ୍ରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ୧୧୫ ବଲ୍ ଖେଳି ହକ୍ ୭୧ ରନ୍ ସଂଗ୍ରହ କରିଥିବା ବେଳେ ଖାତୁନ୍ ପାକିସ୍ତାନର ୩ଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ହାସଲ କରିଥିଲେ। ମାତ୍ର ୯ ରନ୍ରେ ବାଂଲାଦେଶ ପାକିସ୍ତାନକୁ ପରାସ୍ତ କରିଥିବା ଜଣାପଡ଼ିଛି।
ଖେଳ କୌଶଳରେ ଦ୍ରୁତ ପାରଦର୍ଶିତା ହାସଲ କରୁଥିବା ବାଂଲାଦେଶ ଟିମ୍ ଚମତ୍କାର ସ୍ପିନ୍ ବୋଲିଙ୍ଗ୍ କରି ପାକିସ୍ତାନ ଖେଳାଳିଙ୍କୁ ବିସ୍ମିତ କରିଥିଲା। ପାକିସ୍ତାନୀ ଓପେନର୍ ସିଦ୍ରା ଅମୀନ୍ ଶତକ ହାସଲ କରିବାକୁ ଯିବା ଓ ସ୍କିପର୍ ମାରୁଫ୍ ତାଙ୍କୁ ସହଯୋଗ କରୁଥିବା ବେଳେ ମନେହେଉଥିଲା, ବାଂଲାଦେଶର ବିଜୟ ଆଶା ମଉଳିଯିବ। କିନ୍ତୁ, ପରେ ପରେ ମାତ୍ର ୫ଟି ରନ୍ରେ ପାକିସ୍ତାନ ଟିମ୍ ୬ ୱିକେଟ୍ ହରାଇଥିଲା। କିନ୍ତୁ, ଅମୀନ୍ କ୍ରିଚ୍ରେ ଥିବାରୁ ପାକିସ୍ତାନର ବିଜୟ ଆଶା ତଥାପି ଉଜ୍ଜିବୀତ ଥିଲା। ମାତ୍ର, ୪୮ ଓଭର୍ ବେଳକୁ ଅମୀନ୍ ରନ୍ ଆଉଟ୍ ହୋଇଯିବା ପରେ ବାଂଲାଦେଶ ଟିମ୍ରେ ସେଲିବ୍ରେସନ୍ ଆରମ୍ଭ ହୋଇଯାଇଥିଲା।
‘ଆଇସିସି’ ଟୁଇଟ୍ ଅନୁସାରେ, ୫୦ ଓଭର୍ ଖେଳି ୯ ୱିକେଟ୍ ବିନିମୟରେ ପାକିସ୍ତାନ ୨୨୫ ରନ୍ କରିଥିବା ବେଳେ ୫୦ ଓଭର୍ ଖେଳି ୭ ୱିକେଟ୍ ବିନିମୟରେ ବାଂଲାଦେଶ ୨୩୪ ରନ୍ କରିବା ସହ ୯ ରନ୍ରେ ମ୍ୟାଚ୍ ଜିଣିଥିଲା।