ଆନନ୍ଦପୁର: ଘସିପୁରା ଥାନା ବରିପାଳ ପଞ୍ଚାୟତ ନାରଙ୍ଗପୁର ଛକ ନିକଟରେ ଜଣେ ମହିଳାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟ୍ ହୋଇଛି। ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିବା ବେଳେ ଲୁଟେରାଙ୍କ ସନ୍ଧାନ ମିଳିପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାପ୍ତ ସୂଚନା ଅନୁସାରେ, ଖାଲପାଳ ଗ୍ରାମର ମୁନା ମହାନ୍ତିଙ୍କ ପତ୍ନୀ ଦମୟନ୍ତୀ ମହାନ୍ତି ଆଜି ଅପରାହ୍ଣରେ ବାପଘର ଝାଡ଼କୁଣ୍ଡିରୁ ଖାଲପାଳକୁ ସ୍କୁଟିରେ ଫେରୁଥିଲେ। ସାଢ଼େ ୫ଟାବେଳେ ନାରଙ୍ଗପୁର-ରେମାଳ ରାସ୍ତାରେ ଦୁଇଟି ବାଇ୍କରେ ୫ଜଣ ଯୁବକ ଆସି ତାଙ୍କୁ ଅଟକାଇଥିଲେ। ଧକ୍କା ମାରି ଗାଡ଼ିକୁ ତଳେ ପକାଇ ଦେଇ ବେକରୁ ସୁନାଚେନ୍ ସହିତ ୨୦ ହଜାର ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। କିଛି ସମୟ ପରେ ସ୍ଥାନୀୟ ଲୋକେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ।