ଦାରିଙ୍ଗବାଡ଼ି/ସୋରଡ଼ା : ଗଞ୍ଜାମ ଓ କନ୍ଧମାଳକୁ ସଂଯୋଗ କରୁଥିବା ଦାରିଙ୍ଗବାଡ଼ି-ସୋରଡ଼ା ୫୯ ନମ୍ବର ଜାତୀୟ ରାଜପଥ ଗାଜଲବାଡ଼ି ଘାଟିରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଘାଟିର ୩, ୪ ଓ ୫ ନମ୍ବର ବୁଲାଣି ରାସ୍ତାରେ ଭୂସ୍ଖଳନ ହେତୁ ବହୁ ସ୍ଥାନରେ ଘାଟି ରାସ୍ତା ଉପରେ ବଡ଼ ବଡ଼ ପଥର, ଗଛ ଧସି ଅବରୋଧ ହୋଇପଡ଼ିଛି। ଧନଜୀବନ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରଶାସନ ଓ ସୋରଡ଼ା ପୁଲିସ ସାମୟିକ ଭାବେ ଏନ୍ଏଚ୍ ୫୯ରେ ବସ୍ ଓ ଭାରୀଯାନ ଚଳାଚଳକୁ ସ୍ଥଗିତ ରଖିଛନ୍ତି।