୨୫ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ
ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା
ଭୁବନେଶ୍ୱର: ଆସନ୍ତା ୨୫ତାରିଖରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ। ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଜଗନ୍ନାଥ ଦାସ ନିର୍ବାଚନ ପରିଚାଳନା କରୁଛନ୍ତି। ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ ଆଇନଜୀବୀ ପରିଷଦ ଦ୍ୱାରା ରାଜ୍ୟରେ ୱାନ୍ ବାର୍ ୱାନ୍ ଭୋଟ୍ ନିୟମ ଲାଗୁ ହୋଇଥିବାରୁ ଗୋଟିଏ ଦିନ ସବୁ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ। ୨୫ତାରିଖ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ସେହିଦିନ ଅପରାହ୍ନ ୪ଟାରୁ ଭୋଟ ଗଣତି କରାଯିବ। ଚଳିତ ବର୍ଷ ସଭାପତି ପ୍ରାର୍ଥୀ ଭାବେ ଧନେଶ୍ବର ମହାନ୍ତି, କୁନ୍ଦନ ରଥ, ରବି ନାରାୟଣ ସାମନ୍ତରାୟ ଓ ଶିବ ପ୍ରସାଦ ସାମନ୍ତରାୟ ନିର୍ବାଚନ ଲଢ଼ୁଥିବା ବେଳେ ଉପସଭାପତି ପାଇଁ ଅଞ୍ଜନ କୁମାର ସାମନ୍ତରାୟ, ରବି ପ୍ରସାଦ ନାୟକ ଓ ଶରତ କୁମାର ପାତ୍ର ପ୍ରାର୍ଥୀ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ସମ୍ପାଦକ ପଦ ପାଇଁ ରାଜକିଶୋର ଦାସ ଓ ତାପସ ରଞ୍ଜନ ଦାସ ପ୍ରାର୍ଥୀ ହୋଇଛନ୍ତି। ଯୁଗ୍ମ ସମ୍ପାଦକ ପାଇଁ ମୁରଲୀ ମୋହନ ପାତ୍ର ଓ ସୁକାନ୍ତ କୁମାର ବେହେରା ପ୍ରାର୍ଥୀ ହୋଇଛନ୍ତି। ସହ ସମ୍ପାଦକ ପଦରେ ପୁଲିନ ମାର୍ଥା ଓ ରଶ୍ମି ଭୂଷଣ ମୁଖି ନିର୍ବାଚନ ଲଢ଼ୁଛନ୍ତି। କାର୍ଯ୍ୟକାରୀ କମିଟି ସଭ୍ୟ ପାଇଁ ଅବିନାଶ ମହାନ୍ତି, ଅମିତ କୁମାର ବାରିକ, ଆନନ୍ଦ ଚନ୍ଦ୍ର ଜେନା, ବିମଳ କିଶୋର ଦାସ, ବୀର କିଶୋର ବେହେରା, ବିଶ୍ବନାଥ ଷଡ଼ଙ୍ଗୀ, ଚିତ୍ରସେନ ଶ୍ରୀଚନ୍ଦନ, ହିତେନ ନାୟକ, ଜୟନ୍ତ କୁମାର ନାୟକ, ପ୍ରଦୀପ କୁମାର ପାଲ, ସବ୍ୟସାଚ୍ଚୀ ସୂତାର ପ୍ରାର୍ଥୀ ହୋଇଛନ୍ତି। ତେବେ କୋଷାଧ୍ୟକ୍ଷ ପାଇଁ ମନୀଷ ନାୟକ ଓ କାର୍ଯ୍ୟକାରୀ କମିଟିକୁ ୨ଜଣ ମହିଳା ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।