ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମଠାରେ ଚାଲିଥିବା ୩ୟ ଦିନିକିଆରେ ଭାରତକୁ ୨୧ ରନରେ ହରାଇଛି ଅଷ୍ଟ୍ରେଲିଆ । ଏହା ସହିତ ଅଷ୍ଟ୍ରେଲିଆ ଏହି ଦିନିକିଆ ସିରିଜକୁ ୨-୧ରେ ଜିତିଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୨୭୦ ରନ ଜବାବରେ ଭାରତ ୪୯.୧ ତମ ଓଭରରେ ୨୪୮ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୫୪ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ ଓ ଶୁଭମନ ଗିଲ ୩୭ ରନ କରିଥିଲେ । ତେବେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା ବିଫଳ ହେବା ପରେ ଦଳର ପରାଜୟ ପାଇଁ ରାସ୍ତା ଖୋଲିଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ ଓ ମିଚେଲ ମାର୍ସ ଦଳକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ଉଭୟ ୬୮ ରନ ଯୋଗ କରିଥିଲେ । ତେବେ ହେଡ୍ ୩୩ ରନ କରି ଆଉଟ ହେବା ପରେ ଷ୍ଟିଭେନ ସ୍ମିଥ୍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ଏହା ପରେ ପରେ ମିଚେଲ ମାର୍ସ ମଧ୍ୟ ୪୭ ରନ କରି ଆଉଟ ହୋଇଯାଇଥିଲେ । ଦଳର ମଧ୍ୟକ୍ରମ ବ୍ୟାଟରମାନେ ବଡ଼ ସ୍କୋର କରିପାରିନଥିଲେ ବି ସମସ୍ତଙ୍କ କିଛି କିଛି ରନର ଯୋଗଦାନ ଫଳରେ ଦଳ ଏକ ବଡ଼ ସ୍କୋର ଛିଡ଼ା କରିବାକୁ ସକ୍ଷମ ହୋଇପାରିଥିଲେ । ଆଲେକ୍ସ କେରି ୩୮ରନ କରିଥିବାବେଳେ ମାର୍ନସ ଲାବୁସଚାନ ୨୮ରନ, ମାର୍କସ ଷ୍ଟଇନିସ ୨୫ ରନ ଓ ସିନ ଆବଟ୍ ୨୬ରନ କରିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଳଦୀପ ୟାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।