କରୋନା ଔଷଧ ଉପରେ ୫% ଜିଏସଟି ଆଦାୟ କରାଯାଉଛି : କେନ୍ଦ୍ର

ନୂଆଦିଲ୍ଲୀ : କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଓ ଉପକରଣ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ ହେଉଛି । ଅନ୍ୟ ଔଷଧଗୁଡ଼ିକ ଉପରେ ୫ରୁ ୧୨ ପ୍ରତିଶତ ମଧ୍ୟରେ ଜିଏସଟି ଆଦାୟ ହେଉଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ କରୋନା ଔଷଧ ଓ ଚିକିତ୍ସା ଉପକରଣ ଉପରେ ୫ ପ୍ରତିଶତ ଓ ଅନ୍ୟ ଉପକରଣ ଉପରେ  ୫ରୁ୧୨ ପ୍ରତିଶତ ହାରରେ ଜିଏସଟି ଆଦାୟ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ବାସ୍ଥ୍ୟ ବୀମା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଉଛି । ତେବେ ଗରିବ ଓ ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ଥିବା ସ୍ବାସ୍ଥ୍ୟବୀମା ଯୋଜନା (ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା, ଜନ ଆରୋଗ୍ୟ ବୀମା ପଲିସୀ, ସାର୍ବଜନୀୟ ସ୍ବାସ୍ଥ୍ୟ ବୀମା ଯୋଜନା ଇତ୍ୟାଦି) ଉପରେ ଜିଏସଟି ଛାଡ଼ କରାଯାଇଛି । ପୁଣି ବରିଷ୍ଠ ନାଗରିକମାନଙ୍କ ସ୍ବାସ୍ଥ୍ୟ ବୀମା ଉପରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଦେଶରେ ପ୍ରଚଳିତ ସରକାରୀ ସ୍ବାସ୍ଥ୍ୟବୀମା ଯୋଜନା ଗୁଡ଼ିକ ମଧ୍ୟରୁ ୬୦ ପ୍ରତିଶତ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳନା କରାଯାଉଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି  ।

 

ସମ୍ବନ୍ଧିତ ଖବର