ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମଦିନ ଜଡ଼ି ବୁଟି ଦିବସ ଭାବେ ପାଳିତ

ହରିଦ୍ବାର: ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମଦିନକୁ ପତଞ୍ଜଳି ଯୋଗପୀଠ-୨ର ପତଞ୍ଜଳି ୱେଲନେସ୍ କେନ୍ଦ୍ରସ୍ଥିତ ଯୋଗଭବନରେ ଜଡ଼ି ବୁଟି ଦିବସ ଭାବେ ପାଳନ କରାଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭ ଯଜ୍ଞ ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ଆରମ୍ଭ ହୋଇଥିଲା। ଏହି ଅବସରରେ ଆଚାର୍ଯ୍ୟଙ୍କ ଦ୍ବାରା ରଚିତ ଗ୍ରନ୍ଥ ଏବଂ ପୁସ୍ତକ, ନୂଆକରି ପ୍ରସ୍ତୁତ ହୋଇଥିବା ଔଷଧ ଆଦି ଲୋକାର୍ପିତ ହୋଇଥିଲା। ଯୋଗଗୁରୁ ରାମଦେବ ଆମେରିକାରୁ ଫୋନଯୋଗେ ଆଚାର୍ଯ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡ ଅନୁରାଗ ବାଷ୍ଣେୟଙ୍କ ନେତୃତ୍ବରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ସହିତ ଲକ୍ଷାଧିକ ଔଷଧୀୟ ବୃକ୍ଷ ବିନାମୂଲ୍ୟରେ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ପତଞ୍ଜଳି ଫୁଡ୍‌ସ ଲିମିଟେଡ ଏମଡି ଶ୍ରୀ ରାମଭରତ, ଭାରତୀୟ ଶିକ୍ଷା ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଏନ ପି ସିଂହ, ପତଞ୍ଜଳି ବିଶ୍ବବିଦ୍ୟାଳୟର ପ୍ରତି-କୁଳପତି ପ୍ରଫେସର ମହାବୀର ଅଗ୍ରୱାଲ, କୁଳାନୁଶାସିକା ସାଧ୍ବୀ ଆଚାର୍ଯ୍ୟ ଦେବପ୍ରିୟା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର