ଏୟାରଟେଲ ଆଣିଲା ଧମାକା ଅଫର: ମାତ୍ର ୧୪୯ ଟଙ୍କାରେ ମିଳିବ ୧୫ଟି ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ୍

ନୂଆଦିଲ୍ଲୀ: ଏୟାରଟେଲ ଆଣିଲା ଧମାକା ଅଫର। ମାତ୍ର ୧୪୯ ଟଙ୍କାରେ ମିଳିବ ୧୫ଟି ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ୍। ବିରୋଧୀ କମ୍ପାନିକୁ ଟକ୍କର ଦେବା ପାଇଁ ଏବେ ଏୟାରଟେଲ ଧମାକା ଅଫର ଆଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୋକେ ନିଜ ମନ ପସନ୍ଦର ସିରିଜ ଦେଖିବା ପାଇଁ ଶହ ଶହ ଟଙ୍କା ଦେଇ ଭିନ୍ନ ଭିନ୍ନ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ୍ ନେଉଥିବା ବେଳେ ଏବେ ଏୟାରଟେଲ ମାତ୍ର ୧୪୯ଟଙ୍କାରେ ୧୫ଟି ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ୍ ଦେଉଛି। ଏୟାରଟେଲ ଏକ ନୂତନ ଭିଡିଓ ଷ୍ଟ୍ରିମିଂ ସେବା ଏକ୍ସଟ୍ରିମ ପ୍ରିମିୟମ ଲଞ୍ଚ କରିଛି। ଏଥିରେ, ଉପଭୋକ୍ତାମାନେ ଗୋଟିଏ ପ୍ଲାଟଫର୍ମରେ ୧୫ଟି ଭାରତୀୟ ଏବଂ ଗ୍ଲୋବାଲ୍ ଓଟିଟି ସେବା ପାଇପାରିବେ। ଏହି ସେବା ସ୍ମାର୍ଟଫୋନ୍, ଟାବଲେଟ୍, ଲାପଟପ୍ ଏବଂ ଟିଭିରେ ଉପଲବ୍ଧ ହେବ।  ଏୟାରଟେଲ ଏକ୍ସଷ୍ଟ୍ରିମ ପ୍ରିମିୟମର ମୂଲ୍ୟ ୧୪୯ ଟଙ୍କା ହୋଇଥିବା ବେଳେ ଏହା ଏୟାରଟେଲ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଟେ। କେବଳ ଏୟାରଟେଲ ବ୍ୟବହାରକାରୀମାନେ ଏହି ସେବାର ଲାଭ ଉଠାଇବାକୁ ସକ୍ଷମ ହେବେ।

ଏହା ବ୍ୟତୀତ ଉପଭୋକ୍ତାମାନେ ଏୟାରଟେଲ ଏକ୍ସଷ୍ଟ୍ରିମ ପ୍ରିମିୟମର ବାର୍ଷିକ ସବସ୍କ୍ରିପସନ୍ ମଧ୍ୟ ନେଇପାରିବେ । ୧୨ ମାସର ସବସ୍କ୍ରିପସନ୍ ପାଇଁ ଉପଭୋକ୍ତାଙ୍କୁ ୧୪୯୯ ଟଙ୍କା ଦେବାକୁ ହେବ। ଏହି ସେବା ଏୟାରଟେଲ ଏକ୍ସଷ୍ଟ୍ରିମ ସେଟ୍-ଟପ୍ ବକ୍ସ ପାଇଁ ମଧ୍ୟ ଉପଲବ୍ଧ। ନୂତନ ସେବାର ଲାଭ ଉଠାଇବା ପାଇଁ ଉପଭୋକ୍ତାମାନେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ଆପ୍ ଡାଉନଲୋଡ୍ କରିପାରିବେ।

୧୪୯ ଦେଇ ଏୟାରଟେଲ ଏକ୍ସଷ୍ଟ୍ରିମ ପ୍ରିମିୟମରେ ଗ୍ରାହକମାନେ ୧୦,୫୦୦ ଚଳଚ୍ଚିତ୍ର ଏବଂ ସୋ’ ସହିତ ଲାଇଭ ଚ୍ୟାନେଲ ମଧ୍ୟ ଦେଖିପାରିବେ। ଏହା ସହିତ, ଉପଭୋକ୍ତାମାନେ ସୋନିଲିଭ୍, ଏରୋଜନାଓ, ଲାୟନ୍ସଗେଟ୍ ପ୍ଲେ, ହୋଇଚୋଇ, ମନୋରମାମାକ୍ସ, ଶେମାରୋ, ଅଲଟ୍ରା, ହଙ୍ଗାମା ପ୍ଲେ, ଇପିକନ୍, ଡୋକୁବେ, ଡିଭୋ ଟିଭି, କ୍ଲିକ୍, ନାମ୍ମାଫ୍ଲିକ୍ସ, ଡଲିଉଡ ଏବଂ ସର୍ଟ ଟିଭିରୁ ଲାଇଭ ଚ୍ୟାନେଲ ଉପଭୋଗ କରିପାରିବେ। ନୂଆ ସେବା ସହ ଏୟାରଟେଲ ୨କୋଟି ଲୋକଙ୍କୁ ନିଜ ସହ ଯୋଡ଼ିବାକୁ ପ୍ରୟାସ କରୁଛି। ତେବେ ଏୟାରଟେଲ ଏକ୍ସଷ୍ଟ୍ରିମରେ ଉପଭୋକ୍ତାମାନଙ୍କୁ ନେଟଫ୍ଲିକ୍ସ ଏବଂ ଡିଜନି + ହଟଷ୍ଟାରର ସବସ୍କ୍ରିପସନ୍ ମିଳିବ ନାହିଁ।

ସମ୍ବନ୍ଧିତ ଖବର