ଅଜନ୍ତା ସୁଜ୍‌ର ନୂଆ ‌ସୋଲାର୍ ପାୱାର ପ୍ଲାଣ୍ଟ୍‌

କୋଲକାତା: ସ୍ବାଧୀନତା ଦିବସ ଅବସରରେ ଅଜନ୍ତା ସୁଜ୍ ପକ୍ଷରୁ ବୋରାଲିଘାଟରେ ଥିବା କାରଖାନରେ ୬୫୦ କିଲୋୱାଟ୍‌ର ରୁଫ୍‌ଟପ୍ ସୋଲାର ପ୍ଲାଣ୍ଟ୍‌କୁ ଉଦ୍‌ଘାଟନ କରାଯାଇଛି। କଂପାନିର ପରିଚାଳନା ନିର୍ଦେଶକ ସାଗ୍‌ନିକ୍ ବାଣିକ୍ ନୂତନ କାରଖାନାକୁ ଉଦ୍‌ଘାଟନ କରିଛନ୍ତି। ତିନି ସୋଲାର ପ୍ଲାଣ୍ଟ୍‌ରୁ କଂପାନି ୩ ମେଗାୱାଟ୍‌ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ସେହି ଯୋଜନାର ଏକ ଅଂଶ ହେଉଛି ଏହି ନୂତନ ପ୍ଳାଣ୍ଟ୍। ବୋରାଲିଘାଟ ୨ ଓ ଜଙ୍ଗଲପୁରରେ ଅନ୍ୟ ଦୁଇ ପ୍ଲାଣ୍ଟ୍‌ ଖୋଲାଯିବ।

କାରଖାନାରୁ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗମନ ହ୍ରାସ କରିବା ଲାଗି ସୌର ଶକ୍ତିର ବ୍ୟବହାର ବଢ଼ାଇବା ଲାଗି କଂପାନି ଲକ୍ଷ୍ୟ ରଖିଛି। ଶ୍ରୀ ବାଣିକ୍ କହିଛନ୍ତି, ବୋରାଲି ଘାଟ ୧ର ସୋଲାର ପାୱାର ପ୍ଲାଣ୍ଟ୍‌ ୨୯,୪୨୦ ବୃକ୍ଷରୋପଣ କରିବା ସହ ସମାନ। ଏହା ଦ୍ବାରା ଅଙ୍ଗାରକାମ୍ଳ ନିର୍ଗମନ ୧୮,୩୮୬ ଟନ୍ ହ୍ରାସ ପାଇଛି। ଅଜନ୍ତା ସୁଜ୍‌ର ଏହି ପଦକ୍ଷେପ ପାଇଁ କଂପାନି ବ୍ରାଣ୍ଡ୍‌ ଆମ୍ବାସାଡର ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର