ମହିଳାଙ୍କ ପାଇଁ ଉଦ୍ୟମିତା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ୱାର୍ଲଡ ଟ୍ରେଡ୍‌ ସେଣ୍ଟର (ଡବ୍ଲୁଟିସି) ଭୁବନେଶ୍ବର ଚାପ୍ଟର ପକ୍ଷରୁ ଏମ୍ଏସ୍‌ଏମ୍‌ଇ-ଡିଆଇ କଟକ ସହଯୋଗରେ ମହିଳାମାନଙ୍କ ପାଇଁ ଶୁକ୍ରବାର ଇଡ୍‌କୋ ଟାୱାରର ପଞ୍ଚମ ମହଲାରେ ଥିବା ସମ୍ମିଳନୀ କକ୍ଷରେ ଉଦ୍ୟମିତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନିଜ ଉତ୍ପାଦ ଓ ସେବା ବିଷୟରେ ପିଏସ୍‌ୟୁ ଓ କର୍ପୋରେଟ୍ ଗ୍ରାହକଙ୍କୁ ଅବଗତ କରିବା ଲାଗି ମହିଳା ଉଦ୍ୟୋଗୀମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସେମାନଙ୍କୁ ଭାରତ ସରକାରଙ୍କ ଏମ୍ଏସ୍‌ଏମ୍ଇ ମନ୍ତ୍ରଣାଳୟର ବିଭିନ୍ନ ସ୍କିମ୍ ବିଷୟରେ ସୂଚନା ଦିଆଯାଇଥିବା ବେଳେ ବ୍ୟାଙ୍କରୁ କିଭଳି ସୁବିଧାରେ ଫାଇନାନ୍ସ ହାସଲ କରିହେବ ଏବଂ ନିଜକୁ କିଭଳି ଡିଜିଟାଲ୍ ଭାବେ ସଶକ୍ତ କରିହେବ ସେ ବିଷୟରେ ମହିଳା ଉଦ୍ୟୋଗୀମାନଙ୍କୁ ସଚେତନ କରାଯାଇଛି।

ଡବ୍ଲୁଟିସି ଭୁବନେଶ୍ବର ଓମେନ୍ ଫୋରମ୍‌ର ସଂଯୋଜିକା ଜ୍ୟୋସ୍ନା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ମହିଳା ଆତ୍ମନିର୍ଭର ଅଭିଯାନର ଅଧ୍ୟକ୍ଷା ଡକ୍ଟର ରୀନା ରାଉତରାୟ, ଏମ୍ଏସ୍‌ଏମ୍‌ଇ-ଡିଆଇ କଟକର ଯୁଗ୍ମ ନିର୍ଦେଶକ ପି କେ ଗୁପ୍ତା, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ ମନୋରଞ୍ଜନ ପ୍ରଧାନ, ବାଟୋ ସିଷ୍ଟମ୍‌ସର ସିଇଓ ଅଶ୍ବିନୀ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର