ଛୋଟ କାର୍ ନୁହେଁ, ଭାରତୀୟଙ୍କ ପସନ୍ଦ ସେଦାନ

ନୂଆଦିଲ୍ଲୀ: ‌ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଛୋଟ କାର୍‌ ହିଁ ଭାରତରେ ସର୍ବାଧିକ ବିକ୍ରି ହେଉଥିଲା। ଏହି ତାଲିକାରେ ମାରୁତି ସୁଜୁକିର ଅଲ୍‌ଟୋ ଗତ ୧୪ ବର୍ଷ ପର୍ଯ୍ୟନ୍ତ ଏକ ନମ୍ବର ସ୍ଥାନରେ ରହିଥିଲା। ଏବେ ସ୍ଥିତି ବଦଳି ଯାଇଛି। ଭାରତୀୟମାନେ ଛୋଟ କାର୍‌ ବଦଳରେ ‘ସେଦାନ୍‌’କୁ ଅଧିକ ପସନ୍ଦ କରିବା ଆରମ୍ଭ କରିଛନ୍ତି। ସେଥିପାଇଁ ଦେଶର ସର୍ବାଧିକ ବିକ୍ରି ହେଉଥିବା କାର୍‌ ମଡେଲ୍‌ଟି ହେଉଛି ଏକ ସେଦାନ। ତାହା ହେଉଛି ମାରୁତି ସୁଜୁକିର ଡିଜାୟାର୍‌। ଯେଉଁ କାର୍‌ରେ ଡିକିଟି ପଛ ଆଡ଼କୁ ଲମ୍ବିଥାଏ ତାହାକୁ ସେଦାନ୍ କୁହାଯାଏ। ଛୋଟ କାର୍‌ ରଖିଥିବା ଲୋକମାନେ ନିଜ କାର୍‌କୁ ଅପ୍‌ଗ୍ରେଡ୍‌ କରି ସେଦାନ୍ କିଣିବାକୁ ଅଧିକ ପସନ୍ଦ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର