ପୂଜା ବଜାରରେ ମାରୁତିର ନୂଆ କାର୍‌ ‘ଏସ୍‌-‌ପ୍ରେସୋ’

ନୂଆଦିଲ୍ଲୀ: ମାରୁତି ସୁଜୁକି ଏହାର ନୂଆ କାର୍‌ ଏସ୍‌-ପ୍ରେସୋକୁ ଆଜି ଉନ୍ମୋଚନ କରିଛି। ଏହା ଏକ ଛୋଟ ଆକାର ଏସ୍‌ୟୁଭି ଅନୁପ୍ରାଣିତ ହାଚ୍‌ବ୍ୟାକ୍ କାର୍। ମାନୁଆଲ୍‌ ଏବଂ ଅଟୋମେଟିକ୍ ଗିୟରବକ୍ସ ଭଳି ବିଭିନ୍ନ ବିକଳ୍ପରେ ଏହା ଉପଲବ୍ଧ ହେଉଛି। ନୂଆଦିଲ୍ଲୀରେ ଏହାର ଏକ୍ସ ‌ସୋ’ରୁମ୍ ଦାମ୍ ୩ ଲକ୍ଷ ୬୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଟପ୍‌-ଏଣ୍ଡ୍‌ ମଡେଲ୍‌ର ଦାମ୍ ୪ ଲକ୍ଷ ୯୧ ହଜାର ଟଙ୍କା ରହିଛି। ଏଥିରେ ଥିବା ଟଚ୍‌ସ୍କ୍ରିନ୍‌ ଇନ୍‌ଫୋଟେନ୍‌ମେଣ୍ଟ୍‌ ସିଷ୍ଟମ୍‌କୁ ଆଣ୍ଡ୍ରଏଡ୍‌ ଅଟୋ କିମ୍ବା ଆପଲ୍‌ କାର୍ ପ୍ଲେ ସହ ସଂ‌ଯୋଗ କରାଯାଇପାରିବ। ମାରୁତି ସୁଜୁକି ଆରେନା ସୋ’ରୁମ୍ ଜରିଆରେ ଏହାକୁ ବିକ୍ରି କରାଯିବ।

ସମ୍ବନ୍ଧିତ ଖବର