ରିଲାଏନ୍ସର ନିଟ୍ ଲାଭ ୧୩୧୦୧ କୋଟି

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଘରୋଇ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୧୩୧୦୧ କୋଟି ଟଙ୍କାର ନିଟ୍ ଲାଭ କରିଛି। ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ତୁଳନାରେ ଏହା ୧୩ ପ୍ରତିଶତ ଅଧିକ। ତେବେ କମ୍ପାନିର ପରିଚାଳନା ରାଜସ୍ବ ୨୧ ପ୍ରତିଶତ ହ୍ରାସ ଘଟି ୧ ଲକ୍ଷ ୨୪ ହଜାର କୋଟି ଟଙ୍କାକୁ ଖସିଛି। ଅନ୍ୟପକ୍ଷରେ କମ୍ପାନିର ଡିଜିଟାଲ ଶାଖା ଜିଓ ଏହି ତ୍ରୟମାସରେ ୧୫.୫ ପ୍ରତିଶତ ଅଧିକ ନିଟ୍‌ ଲାଭ କରିଛି। କମ୍ପାନିର ନିଟ୍‌ ଲାଭ ୩୪୮୯ କୋଟି ଟଙ୍କା ରହିଥିବାବେଳେ ରାଜସ୍ବ ୫.୩ ପ୍ରତିଶତ ବୃଦ୍ଧି ଘଟି ୨୨,୮୫୮ କୋଟି ଟଙ୍କାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର