ବ୍ରହ୍ମାନନ୍ଦ ମିଶ୍ର ୟୁସିସିଆଇର ନୂଆ ସଭାପତି ନିର୍ବାଚିତ

ଭୁବନେଶ୍ବର: ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌ (ୟୁସିସିଆଇ)ର ନୂଆ ସଭାପତି ଭାବେ ଶିଳ୍ପୋଦ୍ୟୋଗୀ ବ୍ରହ୍ମାନନ୍ଦ ମିଶ୍ର ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ସେ ମୋଟ ୪୭୨ ଭୋଟ ପାଇ ନୂଆ ସଭାପତି ହୋଇଛନ୍ତି। ଖୁବଶୀଘ୍ର ବର୍ତ୍ତମାନର ସଭାପତି ରମେଶ ମହାପାତ୍ରଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ ଜରିବେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କମର୍ସ ଭାବେ ଅଶୋକ ଶାରଦା, ଉପସଭାପତି ଜେନେରାଲ ଭାବେ ଦୀପକ ରାଠୋର, ଯୁଗ୍ମ ସମ୍ପାଦକ ଭାବେ ଅକ୍ଷୟ ଖଣ୍ଡେଲୱାଲ ଓ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ନାରାୟଣ କୁମାର ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର