ପୁଣି ଜଳିଗଲା ସମାସଙ୍ଗ୍‌ ମୋବାଇଲ୍‌!

ପୂର୍ବରୁ ସାମସଙ୍ଗ୍‌ ମୋବାଇଲ୍‌ ବହୁ ବାର ଜଳିଯିବା ଖବର ପ୍ରକାଶ ପାଇଛି। ସେହିପରି ନିକଟରେ ଜିଓ ଫୋନ ବିସ୍ଫୋରଣ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏବେ ପୁଣି ଥରେ ସାମସଙ୍ଗ ମୋବାଇଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ, ଜେଟ୍‌ ଏୟାରବେସ ବିମାନରେ ଜଣେ ଯାତ୍ରୀଙ୍କ ସାମସଙ୍ଗ ଗାଲାକ୍ସି ଜେ-୭ରେ ଲାଗିଛି ନିଆଁ। ବିମାନଟି ଗତ ଶୁକ୍ରବାର ଦିଲ୍ଲୀରୁ ଇନ୍ଦୋର ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ୧୨୦ ଜଣ ଯାତ୍ରୀ ଯାଉଥିଲେ। ଯଦିଓ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ତେବେ ମୋବାଇଲରେ ନିଆଁ ଲାଗିବା ପରେ କ୍ରିୟୁ ମେମ୍ବର୍ସ ଫୋନଟିକୁ ପାଣିରେ ଫିଙ୍ଗି ଦେଇଥିବା ମିଳିଥିବା ସୂଚନା ଯାହା ଜଣାପଡିଛି।

ଜାତୀୟ ଗଣମାଧ୍ୟମ ଆଜତକରେ ପ୍ରକାଶିତ ଖବର ମୁତାବକ, ଯେଉଁ ଗାଲାକ୍ସି ଜେ-୭ରେ ନିଆଁ ଲାଗିଥିଲା ତାହା ଦିଲ୍ଲୀରେ ବାସକରୁଥିବା ଅର୍ପିତା ନାମକ ମହିଳାଙ୍କର ଅଟେ। ଆଉ ସେ ମୋବାଇଲଟିକୁ ନିଜ ହ୍ୟାଣ୍ଡବ୍ୟାଗରେ ରଖିଥିଲେ। ତେବେ ଅର୍ପିତାଙ୍କ ହ୍ୟାଣ୍ଡବ୍ୟାଗରେ ଫୋନ ବ୍ୟତୀତ ଆହୁରୀ ୩ଟି ସ୍ମାର୍ଟଫୋନ ମଧ୍ୟ ରହିଥିଲା। ଅର୍ପିତାଙ୍କ କହିବା ମୁତାବକ, ୧୫ ମିନିଟ ବିମାନରେ ଯାତ୍ରା କରିବା ପରେ ତାଙ୍କୁ କିଛି ପୋଡ଼ିବାର ଗନ୍ଧ ଆସିଥିଲା। ଯାହାପରେ ସେ ଫ୍ଲାଇଟରେ ଥିବା କ୍ରିୟୁଙ୍କୂ ସୂଚୀତ କରିଥିଲେ।

ଖବର ପାଇ କ୍ରିୟୁ ମେମ୍ବର୍ସ ପ୍ରଥମେ ତ ଫୋନରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମାତ୍ର ନିଆଁ ଉପରେ କାବୁ କରିବା ତାଙ୍କ ପାଇଁ ବହୁତ କଷ୍ଟକର ହୋଇପଡିଥିଲା। ଅର୍ପିତା କହିଥିଲେ କି, ଏହାପରେ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ଯେଉଁଥିପାଇଁ କ୍ରିୟୁ ମେମ୍ବର୍ସଙ୍କୁ ବାଧ୍ୟ ହୋଇ ଫୋନଟିକୁ ପାଣିରେ ଫିଙ୍ଗିବାକୁ ପଡିଥିଲା। ତେବେ ଅନ୍ୟପଟେ କଂପାନି ପକ୍ଷରୁ ଏ ସଂପର୍କରେ କୌଣସି ବି ପ୍ରତିକ୍ରିୟା ମିଳି ପାରିନାହିଁ।

ଏଠାରେ ଆମେ କହି ରଖୁଛୁ କି, ଖାଲି ସାମସଙ୍ଗ କାହିଁକି ବରଂ ନିକଟରେ ଲଂଚ ହୋଇଥିବା ଜିଓ ଫିଚର ଫୋନରେ ବି ନିଆଁ ଲାଗିଥିବା ଖବର ପ୍ରକାଶ ପାଇଥିଲା। ଯାହାକି କାଶ୍ମୀରର ଜଣେ ଯୁବକ ଫୋନଟିକୁ ଚାର୍ଜିଂରେ ବସାଇଥିବା ବେଳେ ତାହା ବିସ୍ଫୋରଣ ଘଟି ସଂପୂର୍ଣ୍ଣ ଜଳି ଯାଇଥିଲା। ଜିଓ କିନ୍ତୁ ଏହାକୁ ଖଣ୍ଡନ କରିଛି ଏବଂ କଂପାନୀକୁ ବଦନାମ କରିବା ପାଇଁ କେହି ଏଭଳି ଷଢଯନ୍ତ୍ର କରିଛି ବୋଲି ଦାବି ମଧ୍ୟ କରିଛି।

ସମ୍ବନ୍ଧିତ ଖବର