ଏଣିକି ଗୃହପାଳିତ ପଶୁଙ୍କ ଉପରେ ବି ଲାଗିବ କର: ପଞ୍ଜାବ ସରକାର

ଚଣ୍ଡୀଗଡ଼: କ୍ରିକେଟରରୁ ରାଜନେତା ବନିଥିବା ନବଜୋତ ସିଂହ ସିଦ୍ଧୁଙ୍କ ବିଭାଗ ପଞ୍ଜାବ ବାସିନ୍ଦାଙ୍କଠାରୁ କୁକୁର, ବିଲେଇ ସମତେ ଗୃହପାଳିତ ପଶୁ ରଖିବା ଉପରେ କର ନେବେ। ପଞ୍ଜାବର ସ୍ଥାନୀୟ ପ୍ରଶାସନରେ ଏହି ଘୋଷଣା ସମ୍ଭନ୍ଧୀୟ ନୋଟିଫିକେସନ୍‌ ଜାରି କରାଯାଇଛି।

ନୋଟିଫିକେସନ୍‌ ଅନୁଯାୟୀ, କୁକୁର, ବିଲେଇ, ଘୁଷୁରି, ଛେଳି, ବାଛୁରୀ, ମେଣ୍ଢା, ହରିଣ ଆଦି ପାଳୁଥିବା ଲୋକମାନେ ପ୍ରତିବର୍ଷ ଆଧାରରେ ୨୫୦ଟଙ୍କା ଲେଖାଏଁ ପୈଠ କରିବାକୁ ପଡ଼ିବ। ସେହିପରି ମଇଁଷି, ଷଣ୍ଢ,ଓଟ, ଘୋଡା, ଗାଇ,ହାତୀ ଓ ନୀଳ ଗାଇ ଆଦି ପାଳୁଥିବା ଲୋକମାନେ ପ୍ରତିବର୍ଷ ୫୦୦ଟଙ୍କା ଲେଖାଏଁ ଦେବେ।

ପଞ୍ଜାବ ସରକାର କହିଛନ୍ତି, ପ୍ରତ୍ୟେକଙ୍କ ଗୃହପାଳିତ ପଶୁମାନଙ୍କ ବ୍ରାଣ୍ଡିଙ୍ଗ କୋଡ ହେବ। ଏଥିପାଇଁ ପରିଚୟ ପତ୍ର କିମ୍ବା ମାଇକ୍ରୋ ଚିଫ୍‌ ମଧ୍ୟ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ପଞ୍ଜାବ ସରକାର ପୂର୍ବରୁ ଅନେକ ବସ୍ତୁ ଉପରେ କର ଲଗାଇଥିଲେ, କିନ୍ତୁ ଏବେ ଘରେ ରଖାଯାଉଥିବା ଗୃହପାଳିତ ପଶୁଙ୍କ ଉପରେ ବି କର ଲାଗୁ ହେବ।  ଏହି ଯୋଜନା ଜରିଆରେ ଗୃହପାଳିତ ପଶୁଙ୍କ ଲାଇସେନ୍ସ ପ୍ରସ୍ତୁତ ହେବ ଓ ଏହି ଲାଇସେନ୍ସ ପ୍ରତିବର୍ଷ ରିନ୍ୟୁ ମଧ୍ୟ କରିବାକୁ ପଡ଼ିବ। ଗୃହପାଳି ପଶୁଙ୍କ ଲାଇସେନ୍ସ ରିନ୍ୟୁ ନକଲେ ଜରିମାନା ମଧ୍ୟ ଭୋଗିବାକୁ ପଡ଼ିବ।

 

ସମ୍ବନ୍ଧିତ ଖବର