ମୃତ୍ୟୁର ୨ ବର୍ଷ ପରେ ହେଲା ଶରୀର ବ୍ୟବଚ୍ଛେଦ

ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଳୀରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଦିଲ୍ଳୀ ପୁଲିସ୍‌ ପ୍ରାୟ ୨ ବର୍ଷ ପରେ ଏକ ମୃତଦେହର ବ୍ୟବଚ୍ଛେଦ କରିଛି। ଜାଣିବାକୁ ମିଳିଛି ଯେ ଦିଲ୍ଳୀର ଖଜୁରି ଖାସ ଅଞ୍ଚଳରେ ଏକ ଦଙ୍ଗା କାଳରେ ୨୦୨୦ ମସିହା ଫେବ୍ରୁଆରି ୨୭ ତାରିଖରେ ୪୫ ବର୍ଷୀୟ ଜଣେ ବ୍ୟକ୍ତି ଅଚେତ ଅବସ୍ଥାରେ ମିଳିଥିଲେ। ତ‌ାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କର କେହି ବି ସଂପର୍କୀୟ ହସ୍ପିଟାଲ୍‌ରେ ପହଞ୍ଚି ନଥିଲେ। ପୁଲିସ୍‌ ନିଜ ଆଡୁ ତାଙ୍କର ଚିକିତ୍ସା କରିଥିଲା। ମାତ୍ର ବ୍ୟକ୍ତି ଜଣଙ୍କୁ ବଞ୍ଚାଇ‌ ଯାଇ ପାରି ନଥିଲା। ୨୦୨୨ ମସିହା ମାର୍ଚ ୧୧ ତାରିଖରେ ପ୍ରାୟ ଦୁଇ ବର୍ଷ ପରେ ମେଡିକାଲ୍‌ ବୋର୍ଡ ପକ୍ଷରୁ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି।

ଜାଣିବାକୁ ମିଳିଛି ଯେ ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତର ଦିଲ୍ଲୀରେ ବାସ କରୁଥିବା ସିକନ୍ଦର। ପୁଲିସ୍‌ ତାଙ୍କ ପରିବାର ଲୋକଙ୍କୁ ସିକନ୍ଦରଙ୍କ ମୃତଦେହ ସମର୍ପିବା ପରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା।

ଶରୀର ବ୍ୟବ‌ଚ୍ଛେଦ ରିପୋର୍ଟରେ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନାହିଁ। ପରିବାର ଲୋକ କୋର୍ଟର ଦ୍ବାରସ୍ଥ ହେବା ପରେ ଏହି ଘଟଣାକୁ ନେଇ ତଦନ୍ତ ହୋଇଥିଲା। କୋର୍ଟ ପୁଲିସ୍‌କୁ ଏହି ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ତାଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର